ଚାନ୍ଦବାଲି ଅବକାରୀ କାର୍ଯ୍ୟାଳୟରେ ଝୁଲୁଛି ତାଲା ; ଅଫିସର ରହୁଛନ୍ତି ଜିଲ୍ଲା ହେଡ୍କ୍ବାର୍ଟରରେ, ବଢି ଚାଲିଛି ନିଶା କାରବାର

Published By : Prameya-News7 Bureau | May 19, 2019 IST

ଚାନ୍ଦବାଲି ୧୯|୫: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ନିଶା କାରବାର ରୋକିବା ପାଇଁ ସରକାର ନିର୍ମାଣ କଲେ ଅବକାରୀ ବିଭାଗର କାର୍ଯ୍ୟାଳୟ ହେଲେ ନିର୍ମାଣର ୨ ବର୍ଷ ପରେ ବି ତାହା ଆଜିଯାଏଁ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଚାନ୍ଦବାଲି ଅବକାରୀ ବିଭାଗର କାର୍ଯ୍ୟାଳୟ ପାଇଁ କର୍ମଚାରୀ ମଧ୍ୟ ନିଯୁକ୍ତି ପାଇଛନ୍ତି । ହେଲେ ଅଫିସର, କର୍ମଚାରୀଠୁ ଆରମ୍ଭ କରି ଅଧିକାରୀ ଯାଏଁ ରହୁଛନ୍ତି ଜିଲ୍ଲା ହେଡ୍‌କ୍ବାର୍ଟରରେ । କେବଳ ଚାନ୍ଦବାଲି ଅଫିସ୍ ନାଁରେ ଚାଲିଛି କାଗଜପତ୍ର ।

{"id":113689}

ଚାନ୍ଦବାଲିର ଅଫିସ୍ ଗୃହ ବର୍ଷ ସାର ସବୁ ସମୟରେ ତାଲା ଝୁଲୁଛି । ଏପଟେ ଦିନକୁ ଦିନ ବଢି ଚାଲିଛି ନିଶା କାରବାର ଓ ମଦ ମୃତ୍ୟୁ । ସବୁ ଜାଣି ଚୁପ୍ ବସିଛି ପ୍ରଶାସନ । ଚୋରା ମଦର ଅବାଧ କାରବାର ରୋକିବା ପାଇଁ ବହୁବାର ମହିଳା ସଂଗଠନଠୁ ଆରମ୍ଭ କରି ଯୁବ ସଂଗଠନ ଯାଏଁ ମଦ ଗାଡ଼ି ଭାଙ୍ଗିବା ସହ ତହସିଲ ଅଫିସ ମଧ୍ୟ ଘେରାଓ କରିଛନ୍ତି । ହେଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୂନ । 

{"id":113690}

ଚାନ୍ଦବାଲି ବ୍ଲକରେ ୩୬ ପଂଚାୟତ ସହ (ଏନଏସି) ୧୫ଟି ଓ୍ବାର୍ଡ଼ ମଧ୍ୟରୁ ମୁଖ୍ୟତଃ ଭାଟପଡ଼।, ଆରଡ଼ି ମୁଆଁ, ଚରଦିଆ, ଧାମରା, ବିଜୟନଗର, ଓରାସାହି, ନୂଆଗାଁ, ବାଲିଗଁ, ଯଶିପୁର, ମତୋ, ଘଟେଶ୍ବର, ଖେରଙ୍ଗ, ଗଦୀ ଓ ପିରାହାଟ ଆଦି ସ୍ଥାନମାନଙ୍କରେ ପ୍ରତିଦିନ ଚୋରା ମଦ ବହୁଳ ପରିମାଣରେ ବିକ୍ରି ହେଉଛି । ଦିନ ଦ୍ବିପ୍ରହରରେ ଖୋଲା ମେଲାରେ ଚୋର ମଦର ଆସର ଜମୁଛି । ଅବକାରୀ ବିଭାଗ ଓ ପୋଲିସ ଜାମି ମଧ୍ୟ ଚୁପ୍ ବସିଛନ୍ତି ।

{"id":113688}

ଏପଟେ ଚାନ୍ଦବାଲିରେ ଅବକାରୀ ବିଭାଗର ଅଫିସ ଥାଇବି କାର୍ଯ୍ୟକ୍ଷମ ହେଉନି । ଯେମିତି ବହୁଳ ପରିମାଣରେ ଗାଁ ଛକରୁ ସହର ଯାଏଁ ନିଶା କାରବାର ଦିନକୁ ଦିନ ବଢିବାରେ ଲାଗିଛି । ନିଶା କାରବାର ରୋକିବା ବିଭାଗ ଖୋଲାଯାଇଥିଲେ ମଧ୍ୟ ତାହା ସଠିକ୍ ଭାବେ କାର୍ଯ୍ୟକାରୀ ନ କରିବା ଓ ନିର୍ମାଣ ଶେଷ ହେବାର ୨ ବର୍ଷ ପରେ ମଧ୍ୟ କାର୍ଯ୍ୟକ୍ଷମ ନହେବା ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.