ମଦକୁ ସବୁଠି ବିରୋଧ ହେଉଥିବାବେଳେ ରାଜ୍ୟରେ ଅଧିକ ମଦ ଦୋକାନ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି: ମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କ ବାସଭବନ ଘେରାଓ

Published By : Prameya-News7 Bureau | November 15, 2019 IST

ଭୁବନେଶ୍ବର/ଆନନ୍ଦପୁର୧୫|୧୧: ରାଜ୍ୟରେ ଅଧିକ ମଦ ଦୋକାନ ଖୋଲିବାକୁ ସରକାର ନେଇଥିବା  ନିଷ୍ପତ୍ତିକୁ ଜୋରଦାର ବିରୋଧ  । ଆଜି  ଏନେଇ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କ ବାସଭବନ ଘେରିଥିଲା  ଓଡିଶା ନିଶା ନିବାରଣ ମଞ୍ଚ ।  ଆନ୍ଦୋଳନକାରୀଙ୍କ ସହ ମନ୍ତ୍ରୀ ଆଲୋଚନା କରିବା ସହ ଅବକାରୀ ନୀତିର ପୁନଃବିଚାର କରିବାକୁ ପ୍ରତିଶ୍ରୁତି ଦେବା ପରେ ଅନ୍ଦୋଳନକାରୀ ମାନେ ଓହରିଥିଲେ। । ସେପଟେ କେନ୍ଦୁଝର ଜିଲ୍ଲା ଜରଦା ଛକରେ ଶତାଧିକ ମହିଳା ମଦ ଦୋକାନ ଉଚ୍ଛେଦ କଲାବବେଳେ ପୋଲିସ ସହିତ ମୁହାଁମୁହିଁ ହୋଇଛନ୍ତି । 

{"id":184639,"sizeSlug":"large"}

ଅଧିକ ମଦ ଦୋକାନ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତିକୁ ଜୋରଦାର ବିରୋଧ । ଦେଖନ୍ତୁ ଏହି ଦୁଇଛି ଦୃଶ୍ୟକୁ । ଅବକାରୀ ମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କ ସରକାରୀ ବାସ ଭବନ ଆଗରେ ଓଡିଶା ନିଶା ନିବାରଣ ମଞ୍ଚର ବିକ୍ଷୋଭ, ନାରାବାଜି ସହ ଧାରଣା ।  ଆଉ ଏପଟେ   କେନ୍ଦୁଝର ରାମଚନ୍ଦ୍ରପୁର ଜରଦା ଛକରେ ମଦ ଦୋକାନ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି ଶତାଧିକ ମହିଳା ।  ରାଜ୍ୟରେ ମଦୁଆଙ୍କ ଉତ୍ପାତ ବଢୁଥିବା ବେଳେ ସରକାର କଣପାଇଁ  ଅଧିକ ମଦ ଦୋକାନ ଖୋଲିବାକୁ ଚାହୁଁଛନ୍ତି ବୋଲି ଆନ୍ଦୋଳନକାରୀ ପଶ୍ନ କରିଛନ୍ତି ।

{"id":184637,"sizeSlug":"large"}

ବିଶେଷ ଭାବେ ମଦୁଆଙ୍କ ଦୌରାତ୍ମର ଅଧିକ ଶିକାର ହେଉଛନ୍ତି ମହିଳା ଓ ଶିଶୁ । ଏସବୁ ଜାଣି ମଧ୍ୟ ସରକାର କଣ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ? ତେବେ ଆନ୍ଦୋଳନକାରୀଙ୍କ ସହ ଏନେଇ ଅବକାରୀ ମନ୍ତ୍ରୀ ଆଲୋଚନା କରିଛନ୍ତି । ଅବକାରୀ ନୀତିର ପୁନଃବିଚାର କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ଆସନ୍ତା ୨୨ ତାରିଖ ଯାଏ ଆନ୍ଦୋଳନ ସ୍ଥଗିତ ରଖିଛି ଓଡ଼ିଶା ନିଶା ନିବାରଣ ମଞ୍ଚ । ସରକାର ଅଧିକ ମଦ ଦୋକାନ ଖୋଲିବା ନିଷ୍ପତ୍ତିରୁ ନ ଓରହିଲେ ୨୩ରୁ ନବୀନ ନିବାସ ଘେରିବାକୁ ସଂଗଠନ ମଧ୍ୟ ଚେତାବନୀ ଦେଇଛି ।

{"id":184487,"sizeSlug":"large"}

ସେପଟେ ରାମଚନ୍ଦ୍ରପୁର ଥାନା ଅଧିନ ଜରଦା ଛକରେ ବିଦେଶୀ ମଦ ଦୋକାନ ଉଚ୍ଛେଦ ଦାବିରେ ଶତାଧିକ ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ । ।   ଘଟଣାସ୍ଥଳରେ ରାମଚନ୍ଦ୍ରପୁର ପୋଲିସ ପହଞ୍ଚି ମହିଳାଙ୍କୁ ବାରଣ କରିବାରୁ ପୋଲିସକୁ ବିରୋଧ କରିଥିଲେ ମହିଳା ମାନେ । ଦେଖନ୍ତୁ ଶାବଳ ଧରି ମଦ ଦୋକାନ ମହିଳା ଭାଙ୍ଗୁଛନ୍ତି ଆଉ ପୋଲିସ ଛଡ଼ାଇନେବାରୁ ଚାଲିଥିଲା ରୀତିମତ ଗୋଡ଼ାଗୋଡ଼ିବାଇଟ- ଆନ୍ଦୋଳନାକରୀ

{"id":184488,"sizeSlug":"large"}

କେବଳ ମଦ ବିରୋଧୀ ସଂଗଠନ ନୁହନ୍ତି  ନ୍ୟୁଜ୍‌ ସେଭେନ୍‌ ମଧ୍ୟ ରାଜ୍ୟରେ ମଦ ବିରୋଧୀ ଆନ୍ଦୋଳନରେ ନିଜକୁ ସାମିଲ କରିଛି ।ଏନେଇ ଆମେ ବିଭିନ୍ନ ସମୟରେ ଖବର ପ୍ରସାରଣ ଜାରି ରଖିଛୁ । ଲୋକେ ମଦକୁ ନେଇ ଆନ୍ଦୋଳନମୁଖା ହେଉଛନ୍ତି ତେଣେ ସରକାର ନୂଆ ଦୋକାନ ଖୋଲିବାକୁ ବାଟ ଖୋଜୁଛନ୍ତି।    

{"id":184422,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.