ତେଜିଲା ମଦ ବିରୋଧୀ ଆନ୍ଦୋଳନ : ରାଜ୍ୟରେ ଅଧିକା ମଦ ଦୋକାନ ଖୋଲିବା ପ୍ରତିବାଦରେ ଅବକାରୀ ମନ୍ତ୍ରୀଙ୍କ ବାସଭବନ ଘେରାଉ

Published By : Prameya-News7 Bureau | November 15, 2019 IST

ଭୁବନେଶ୍ବର ୧୫।୧୧: ନିଶା ନିବାରଣ  ବଦଳରେ ନିଶା ପ୍ରସାରଣ । ଅଧିକ ମଦ ଦୋକାନ ଖୋଲିବାକୁ ସରକାରଙ୍କ ନୂଆ ପ୍ରସ୍ତାବକୁ ନେଇ  ଆରମ୍ଭ ହୋଇଛି ଜୋରଦାର ବିରୋଧ । ଆଜି ଅବକାରୀ ମନ୍ତ୍ରୀଙ୍କ ବାସଭବନ ଘେରିଛନ୍ତି ନିଶା ବିରୋଧୀ ସଂଗଠନ ।  ସରକାରଙ୍କ ବିରୋଧରେ ଜୋରଦାର ନାରାବାଜି କରିଛନ୍ତି  । ‘ଆପଣମାନେ ଖୁସି ତ’ ଡାଇଲଗ୍ ମାରି  ନିଆରା ପ୍ରତିବାଦ କରିଛନ୍ତି ବିଭିନ୍ନ ସଂଗଠନ । ସକାଳ ୯ ଟାବେଳୁ ଏଜି ଛକ ନିକଟରେ ଥିବା ଅବକାରୀ ମନ୍ତ୍ରୀ  ନିରଂଜନ ପୁଜାରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଏକାଠି ହୋଇଥିଲେ ନିଶା ବିରୋଧୀ ସଂଗଠନ । ନୂତନ ମଦ ପ୍ରସାରଣ ନିର୍ଦ୍ଦେଶନାମାକୁ ତୁରନ୍ତ ପ୍ରତ୍ୟାହାର ଦାବି କରିଥିଲେ । ବିବାହ, ବ୍ରତ, ମେଳା ମହୋତ୍ସବ  ସ୍ଥାନରେ ମଦ ବିକ୍ରୟ  ପ୍ରସ୍ତାବକୁ ବି​‌ରୋଧ କରିଥିଲେ । ଏହା ଫଳରେ ଗାଁ ଗାଁରେ  ମଦର ବନ୍ୟା ସୁଅ ଛୁଟିବ । ଫଳରେ  ମହିଳାମାନଙ୍କ ଉପରେ  ନିର୍ଯାତନା,   ଅତ୍ୟାଚାର ବଢିବ ବୋଲି ବିକ୍ଷୋଭକାରୀ କହିଛନ୍ତି ।

{"id":184637,"sizeSlug":"large"}

ସେପଟେ ସରକାର ଏହାକୁ ତୁରନ୍ତ ପ୍ରତ୍ୟାହାର  ନ କଲେ ନବୀନ ନିବାସ ଘେରାଉ କରିବାକୁ ଚେତବାନୀ ଦେଇଛନ୍ତି ମଦ ବିରୋଧୀ ସଂଗଠନ । ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିବା ବିକ୍ଷୋଭକାରୀଙ୍କୁ ଡାକି ଅବକାରୀ ମନ୍ତ୍ରୀ ଆଲୋଚନ କରିଛନ୍ତି । ଆଲୋଚନା ପରେ ଆସନ୍ତା  ୨୨ ଯାଏଁ ଆନ୍ଦୋଳନ ସ୍ଥଗିତ କରିବାକୁ ନିଷ୍ପତି  ନେଇଛନ୍ତି ସବୁ ସଂଗଠନ । ସରକାର   ନିଷ୍ପତ୍ତି ପ୍ରତ୍ୟାହର ନକଲେ  ୨୩ ତାରିଖ ପରେ  ନବକୃଷ୍ଣ ଚୗଧୁରୀଙ୍କ ଜନ୍ମ ତିଥିରେ  ହଜାର ହଜାର ମଦ ବିରୋଧୀ କର୍ମୀ ଓ ସଂଗଠନ ନବୀନ ନିବାସ ଘେରିବେ ବୋଲି ଚେତାବନୀ ଦେଇଛନ୍ତି ବିକ୍ଷୋଭକାରୀ  । ଅବକାରୀ ମନ୍ତ୍ରୀ ନିରଂଜନ ପୁଜାରୀ କହିଛନ୍ତି ଏହି ନିୟମ  ଆବାହମାନ କାଳରୁ ଚାଲି ଆସିଛି।  ଫେବୃଆରି ମାସରେ ଆସିବାକୁ ଥିବା ନୂତନ  ଅବକାରୀ ନୀତି​‌ ପ୍ରଣୟନ ବେଳେ ​ଏହାର  ପୁର୍ନବିଚାର କରାଯିବ।

{"id":184639,"sizeSlug":"large"}

ମୁଖ୍ୟମନ୍ତ୍ରୀ ଗାନ୍ଧିଜୀଙ୍କ ଅହିଂସା ଶବ୍ଦକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବାକୁ ଦାବି କରୁଥିବା ବେଳେ  ଅପରପକ୍ଷରେ ମଦକୁ  ସାର୍ବଜନୀନ କରିବା କେତେ ଯୁକ୍ତିଯୁକ୍ତ ବୋଲି ମଦ ବିରୋଧୀ ସଂଗଠନ ଯୁକ୍ତି ବାଢିଛନ୍ତି । ରାଜ୍ୟ​‌ରେ ଦିନକୁ ଦିନ ମଦ ବିରୋଧୀ ସ୍ବର  ସାଣିତ ହେଉଥିବା ​‌ବେଳେ ନିଶା ପ୍ରସାରଣ   ବନ୍ଦ  ସହ ମଦମୁକ୍ତ ରାଜ୍ୟ ଗଠନ କରିବାକୁ ଦାବି ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.