ନୀଳଗିରି ୧୭।୦୬: ବାଲେଶ୍ୱର ଜିଲ୍ଲା ନୀଳଗିରି ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ଚଢାଉରେ ୪ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫୧ ଲିଟର ଦେଶୀ ମଦ ଜବତ କରିଛି।
ବାଲେଶ୍ଵର ଅବକାରୀ ସୁପରିଟେଣ୍ଡ ବିବେକାନନ୍ଦ ନାୟକଙ୍କ ନିର୍ଦେଶ ରେ ଏକ ଅବକାରୀ ଟିମ ମିତ୍ରପୁର ମକାପଦା ଗ୍ରାମର ପରମାନନ୍ଦ ସିଂ (୪୨) ଙ୍କ ଠାରୁ ୧୫ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ବାଳୁଙ୍ଗାଗଡ଼ିଆ ଗ୍ରାମର ରୀନା ସିଂ (୩୭) ଙ୍କ ଠାରୁ ୧୦ ଲିଟର ଦେଶୀ ମଦ,ନଟାପଡା ଗ୍ରାମର ରୁହିଆ ସିଂ (୫୨)ଙ୍କ ଠାରୁ ୧୪ ଲିଟର ଦେଶୀ ମଦ । ସେହିପରି ସେହି ଗାଁର ସୁମତି ସିଂଙ୍କ ଠାରୁ ୧୨ ଲିଟର ଦେଶୀ ମଦ ଜବତ କରାଯାଇଛି । ଚାରି ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।ଏନେଇ ପୃଥକ ୪ ଗୋଟି ମାମଲା ରୁଜୁ ହୋଇ ଗିରଫ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।