Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧: କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଆତ୍ମ ସମର୍ପଣ
  • ||
  • ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ନିଧନ, ଫାଶିରେ ଝୁଲୁଥିବା ଅବସ୍ଥାରେ ମିଳିଲା ମୃତଶରୀର
  • ||
  • ନୀଳଗିିରି : ଶିଶୁକନ୍ୟା ଓ ବାପାଙ୍କୁ ହାଣିବା ଅଭିଯୋଗରେ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ ଅଭିଯୁକ୍ତ
  • ||
  • ପୁରୀ : ଭାର୍ଗବୀ ନଦୀରେ ଗାଧୋଇବା ବେଳେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ
  • ||
  • ପୁରୀ : ୧୫ବର୍ଷ ପରେ ଚୂଡାନ୍ତ ରାୟ : ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ୨ ଭାଇଙ୍କୁ ଆଜୀବନ କାରାଦଣ୍ଡାଦେଶ
  • ||
  • ଭୁବନେଶ୍ବର : ବିଜେଡିର ମାରାଥନ୍ ମିଶ୍ରଣ ପର୍ବ, ଶଙ୍ଖ ଧରିଲେ ରାୟଗଡା ଜିଲ୍ଲାର ଅନେକ ବରିଷ୍ଠ କଂଗ୍ରେସ ଓ ବିଜେପି ନେତା
  • ||
  • ରାୟଗଡା : ଦେବଦୂତ ସାଜିଲେ ୧୦୮ ଆମୁଲାନ୍ସ କର୍ମଚାରୀ, ପାହାଡିଆ ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ବୋହିଲେ ଷ୍ଟ୍ରେଚରରେ
  • ||
  • ଭୁବନେଶ୍ବର : ଗୁମର ଖୋଲିଲେ କି ବିଦ୍ୟାଭାରତୀ ? ଲାଏ ଡିଟେକ୍ସନ ଟେଷ୍ଟରେ ପ୍ରାୟ ୪ ଘଣ୍ଟାରେ ପଚରାଗଲା ୧୦୦ ପ୍ରଶ୍ନ
  • ||
  • କଣ୍ଟାବାଞ୍ଜି : ପାରିବାରିକ କଳହରୁ ସଂଘବଦ୍ଧ ଆକ୍ରମଣ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ନିମାପଡା : ପିପିଲି ଉପନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କରିବା ନେଇ ବିଏସଏଫର ଫ୍ଲାଗ୍ ମାର୍ଚ୍ଚ
  • ||

ଅବକାରୀ ଓ ପୋଲିସର ମିଳିତ ଚଢ଼ାଉ, ବିପୁଳ ପରିମାଣର ମହୁଲି ମଦ ଜବତ, ଜଣେ ଗିରଫ

15/09/2021 at 9:54 PM

ବୋରିଗୁମ୍ମା, ୧୫/୦୯: କୋରାପୁଟ ଜିଲ୍ଲା ଅବକାରୀ ଅଧିକ୍ଷକ ମୋନଜ କୁମାର ସେଠୀଙ୍କ ନିର୍ଦ୍ଧେଶକ୍ରମେ ବୋରିଗୁମ୍ମା ଅବକାରୀ ଟିମ ଓ ବୋରିଗୁମ୍ମା ପୋଲିସ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି । ବୋରିଗୁମ୍ମା ବ୍ଲକର ହାଟ ଗୁଡା, ଲଦୀଯୋଡି ଓ ସଙ୍କରଡ଼ା ଗ୍ରାମରେ ଅବକାରୀ ଧଡ଼ପକଡ଼  କରି ୫୩୫ ଲିଟର ଦେଶୀ ରନ୍ଧା ମହୁଲି ମଦ ଜବତ ହୋଇଥିବା ବେଳେ ୯୯୦୦ ଲିଟର ମହୁଲି ପୋଚ ନଷ୍ଟ କରାଯାଇଛି । ହାଟଗୁଡା ଗ୍ରାମର ଅଭିମନ୍ୟୁ ବିଶୋଇଙ୍କ ଘରେ ଚଢ଼ାଉ ୧୫ ଲିଟରଦେଶୀ ରନ୍ଧା ମହୁଲି ମଦ ଜବତ ହୋଇଥିବା ବେଳେ ଅଭିମନ୍ୟୁ ବିଶୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ଟିମ। 

ସେହିପରି ଲଦୀଯୋଡି ଏବଂ ସଙ୍କରଡ଼ା ଗ୍ରାମର ଖୋଲା ସ୍ଥାନରେ ଚଢ଼ାଉ କରାଯାଇଥିଲା । ସେଠାରୁ ୫୨୦ ଲିଟର ମଦ ସହ ୯୭୦୦ ଲିଟର ମହୁଲ ପୋଚ ନଷ୍ଟ କରାଯାଇଛି । ଏନେଇ ବୋରିଗୁମ୍ମା ଅବକାରୀ ଥାନାରେ ୪ଟି ମାମଲା ରୁଜୁ ହୋଇଛି । ବୋରିଗୁମ୍ମା ଅବକାରୀ ଥାନା  ଅଧିକାରୀ କେ. ତ୍ରିପତି ପଟ୍ଟନାୟକଙ୍କ ନେତୃତ୍ୱରେ ହୋଇଥିବା ଚଢ଼ାଉରେ ASI ହେମନ୍ତ କୁମାର ବାଘ, କାନୁ ମୁଦୁଲି, ନରେନ୍ଦ୍ର ଭାତ୍ରା, ଈଶ୍ୱରୀ ପୂଜାରୀଙ୍କ ସମେତ କୋରାପୁଟରୁ ଷ୍ଟାଇକିଙ୍ଗ ଓ ଏପିଆର ଫୋର୍ସ ସାମିଲ ଥିଲେ । ମଦ ପ୍ରସ୍ତୁତରେ ବ୍ୟବହାର ସମସ୍ତ ସାମଗ୍ରୀକୁ ଜବତ କରାଯାଇ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତଙ୍କୁ ଅତି ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ବୋରିଗୁମ୍ମା ଅବକାରୀ ଥାନା ଅଧିକାରୀ କେ. ତ୍ରିପତି ପଟ୍ଟନାୟକ।

   Related Posts