Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଅବକାରୀ ବିଭାଗର ଘନଘନ ଚଢାଉ, ବିପୁଳ ପରିମାଣର ଦେଶୀ ମଦ ତିଆରି ସାମଗ୍ରୀ ଜବତ

12/01/2021 at 12:12 PM

ରାଇରଙ୍ଗପୁର ୧୨।୦୧ : ଅବକାରୀ ବିଭାଗ ପକ୍ଷରୁ ଘନଘନ ଚଢାଉ ହୋଇଛି । ଚଢାଉ କରି ବିପୁଳ ପରିମାଣର ଦେଶୀ ଚୋରା ମଦ ଜବତ ହୋଇଛି । ଏହାସହିତ ମଦ ତିଆରି ସାମଗ୍ରୀ ମଧ୍ୟ ଜବତ ହୋଇଛି । ରାଇରଙ୍ଗପୁର ଗ୍ରାମଞ୍ଚଳ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରିଛି ଅବକାରୀ ବିଭାଗ ।

ବିଶେଷ ସୁତ୍ରରୁ ଖବର ପାଇ ରାଇରଙ୍ଗପୁର ଗ୍ରାମଞ୍ଚଳ ଥାନାର ଅସନବଣି, ପିଠାକୁଟୁଣୀ, ଓ ଲୁସାଡ଼ିହି ଆଦି ଅନେକ ଅଞ୍ଚଳରେ ଅତର୍କିତ ଭାବେ ଚଢ଼ାଉ କରିଥିଲା ଅବକାରୀ ବିଭାଗ। ଏହି ଚଢାଉରେ ପ୍ରାୟ ୧୯୦୦କି.ଗ୍ରା. ମହୁଲ ପୋଚ ନଷ୍ଟ କରିବା ସହିତ ୩୫ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ। ଏପିରିକି ମଦ ତିଆରିରେ ବ୍ୟବହୃତ ବହୁ ପରିମାଣର ସରଞ୍ଜାମ ମଧ୍ୟ ନଷ୍ଟ କରିଛନ୍ତି ବିଭାଗୀୟ ଅଧିକାରୀ। ମକର ପୂର୍ବରୁ ଏଭଳି ଚଢ଼ାଉକୁ ସାଧାରଣରେ ସ୍ୱାଗତ କରାଯାଇଛି ।  

   Related Posts