ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢାଉ ; ବିପୁଳ ପରିମାଣର ମହୁଲି ମଦ ଜବତ , ୫ଗିରଫ

Published By : Prameya-News7 Bureau | November 04, 2020 IST

ପାଟଣା ୦୪।୧୧: ପାଟଣା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଗ୍ରାମରେ ଚଢ଼ାଉ  କରାଯାଇଛି । ଚଢାଉରେ ବିପୁଳ ପରିମାଣର ମହୁଲି ମଦ ଜବତ ସହ ୫ଜଣଙ୍କୁ ଗିରଫ କରାଯାଇଛି । ସମସ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

{"id":355989,"sizeSlug":"large"}

ଖବର ଅନୁଯାୟୀ,  କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳର ବିଭିନ୍ନ ଗାଁରେ  ଚଢ଼ାଉ ହୋଇଛି । ଦୀର୍ଘଦିନ ହେବ ମହୁଲି ମଦ କାରବାର ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଆକ୍ସନରେ ଆସିଛି ଅବକାରୀ ବିଭାଗ । ଚଢାଉରେ  ବିପୁଳ ପରିମାଣର ମହୁଲି ମଦ ଜବତ କରିବା ସହିତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

{"id":355990,"sizeSlug":"large"}

ତେବେ ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ତୁରୁମୁଙ୍ଗା ଥାନା ମହିଷାମୁଣ୍ଡି ଗାଁର ବିପିନ୍ ବିହାରୀ ନାଏକ, ପାଟଣା ଥାନା ଡ଼ିଆନାଳି ଗାଁର ଭକ୍ତ ମୋଦି, ଗୀତା ମହାନ୍ତ, କପୁଣ୍ଡି ଗାଁର ମିତୁ ସେଠୀ ଓ ତେଣ୍ଡେରା ଗାଁର ପ୍ରଦୀପ କୁମାର ବାରିକ । ଚଢାଉରେ ଏମାନଙ୍କ ଠାରୁ ବିପୁଳ ପରିମାଣର ମହୁଲି ମଦ ଜବତ କରାଯିବା ସହିତ ବେଆଇନ ଭାବେ ମଦ ବିକ୍ରି ନେଇ ସଙ୍ଗୀନ ମାମଲା ରହିଛି । ଏନେଇ ସେମାନଙ୍କୁ  ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଚଢ଼ାଉରେ ପାଟଣା ଅବକାରୀ ବିଭାଗ ପକ୍ଷରୁ ଦିଲ୍ଲୀପ ତାଣ୍ଡିଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.