Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧: କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଆତ୍ମ ସମର୍ପଣ
  • ||
  • ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ନିଧନ, ଫାଶିରେ ଝୁଲୁଥିବା ଅବସ୍ଥାରେ ମିଳିଲା ମୃତଶରୀର
  • ||
  • ନୀଳଗିିରି : ଶିଶୁକନ୍ୟା ଓ ବାପାଙ୍କୁ ହାଣିବା ଅଭିଯୋଗରେ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ ଅଭିଯୁକ୍ତ
  • ||
  • ପୁରୀ : ଭାର୍ଗବୀ ନଦୀରେ ଗାଧୋଇବା ବେଳେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ
  • ||
  • ପୁରୀ : ୧୫ବର୍ଷ ପରେ ଚୂଡାନ୍ତ ରାୟ : ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ୨ ଭାଇଙ୍କୁ ଆଜୀବନ କାରାଦଣ୍ଡାଦେଶ
  • ||
  • ଭୁବନେଶ୍ବର : ବିଜେଡିର ମାରାଥନ୍ ମିଶ୍ରଣ ପର୍ବ, ଶଙ୍ଖ ଧରିଲେ ରାୟଗଡା ଜିଲ୍ଲାର ଅନେକ ବରିଷ୍ଠ କଂଗ୍ରେସ ଓ ବିଜେପି ନେତା
  • ||
  • ରାୟଗଡା : ଦେବଦୂତ ସାଜିଲେ ୧୦୮ ଆମୁଲାନ୍ସ କର୍ମଚାରୀ, ପାହାଡିଆ ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ବୋହିଲେ ଷ୍ଟ୍ରେଚରରେ
  • ||
  • ଭୁବନେଶ୍ବର : ଗୁମର ଖୋଲିଲେ କି ବିଦ୍ୟାଭାରତୀ ? ଲାଏ ଡିଟେକ୍ସନ ଟେଷ୍ଟରେ ପ୍ରାୟ ୪ ଘଣ୍ଟାରେ ପଚରାଗଲା ୧୦୦ ପ୍ରଶ୍ନ
  • ||
  • କଣ୍ଟାବାଞ୍ଜି : ପାରିବାରିକ କଳହରୁ ସଂଘବଦ୍ଧ ଆକ୍ରମଣ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ନିମାପଡା : ପିପିଲି ଉପନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କରିବା ନେଇ ବିଏସଏଫର ଫ୍ଲାଗ୍ ମାର୍ଚ୍ଚ
  • ||

ଚୋରାମଦ ଭାଟି ଉପରେ ଚଢ଼ାଉ, ୧୩.୫ ଲିଟର ପୋଚ ଓ ୨୦୦ ଲିଟର ମଦ ଜବତ

15/09/2021 at 10:07 PM

ନୀଳଗିରି,୧୫/୯: ନୀଳଗିରି ଅଂଚଳରେ ଯେତେ ଅବକାରୀ ବିଭାଗ ଚଢ଼ାଉ କରୁଛି ସେତେ ଚୋରା ମଦଭାଟି ବୃଦ୍ଧି ହେବାରେ ଲାଗିଛି । ନୀଳଗିରି ଥାନା ଅଧିନ ଶିଆଡିମାଳ, ବନ୍ଧସାହି ଓ କୁମ୍ବାରସାହି ଗ୍ରାମରେ ଆଜି ବାଲେଶ୍ଵର ଅବକାରୀ ମୋବାଇଲ ଟିମ ଏବଂ ନୀଳଗିରି ଅବକାରୀ ବିଭାଗର ମିଳିତ ଚଢ଼ାଉ କରାଯାଇଛି । ମୋଟ ୧୩ ହଜାର୫୦୦ ଲିଟର ଗୁଡ଼ପୋଚ, ୨୦୦ଲିଟର ଦେଶୀମଦ ଜବତ କରାଯାଇ ସେଗୁଡିକ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି।

ସେହିପରି  ବିପୁଳ ପରିମାଣରେ ମଦ ରନ୍ଧା ସାମଗ୍ରୀ ଜବତ ହୋଇଛି । ନୀଳଗିରି ଅବକାରୀ ଆଇଆଇସି ସୋର ଦାୟିତ୍ୱରେ ଥିବା ବେଳେ ସେ ମଧ୍ୟ ସୋର ଅବକାରୀ ବିଭାଗକୁ ଧରି ଜାରକା, ଜାମଝାଡ଼ି ଓ ଦାଣ୍ଡହରିପୁର ଅଞ୍ଚଳରୁ ଚଢ଼ାଉ କରିଛନ୍ତି । ଦୁଇଟି ମୋଟର ସାଇକେଲ ଓ ଗୋଟିଏ ସ୍କୁଟି ଗାଡି ଜବତ କରିଥିବାବେଳେ ୭.୨ ଲିଟର ବିଅର ଓ ୨.୧୬ ଲିଟର ବିଦେଶୀ ମଦ ଜବତ କରିଛନ୍ତି । ଏଥିରେ ଜଡ଼ିତ ଥିବା ଜଣେବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

   Related Posts