ଭିଜିଲାନ୍ସ ଜାଲରେ ଅବକାରୀ ବିଭାଗ ବରିଷ୍ଠ କିରାଣୀ

Published By : Prameya-News7 Bureau | September 20, 2019 IST

ବଲାଂଗୀର ୨୦।୯: ଭିଜିଲାନ୍ସ ଜାଲରେ ଅବକାରୀ ବିଭାଗ ବରିଷ୍ଠ କିରାଣୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଂଗୀର ଅବକାରୀ ବିଭାଗ କିରାଣୀ ତ୍ରୀନାଥ ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ସ୍ଥାନୀୟ ପ୍ୟାଲେସ ଲାଇନରେ ଥିବା ନିଜ ଘର, ନୂଆପଡାରେ ଥିବା ପୈତୃକ ଘର ସହ ଅବକାରୀ ଅଫିସରେ ଚାଲିଛି ଏକକାଳୀନ ରେଡ୍ ।

{"id":160022}

ବଲାଂଗୀର, ଝାରସୁଗୁଡା, ସୁନ୍ଦରଗଡ, ବରଗଡ ଓ ସମ୍ବଲପୁର ଭିଜିଲାନ୍ସ ଟିମର ଏକକାଳୀନ ଚଢଉ ଜାରି ରହିଛି । ନଗଦ ୭୫ହଜାର ଟଙ୍କା ସହ ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜର ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍ । ଅବକାରୀ ବିଭାଗରେ କାମ କରୁଥିବା ଏହି ଅଧିକାରୀଙ୍କ ନାଁରେ ବହୁ ଅଭିଯୋଗ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.