କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗର ଚଢ଼ାଉ : ୩୨ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

Published By : Prameya-News7 Bureau | August 05, 2019 IST

ନୀଳଗିରି  ୫/୮: ଆଜି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍ ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ଅଧିନ ଘାଟଘରସାହି ଅଂଚଳରେ ଚଢ଼ାଉ କରି ୩୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଛି।

{"id":141054}

ନୀଳଗିରି ଓ ଆଖପାଖ ଅଞ୍ଚଳରେ  ବ୍ରାଉନସୁଗାର ବିକ୍ରି ହେଉଥିବାବେଳେ ଯୁବକମାନେ ଏହାକୁ ସେବନ କରି ପଥଭ୍ରଷ୍ଟ ହେଉଛନ୍ତି।ବାରମ୍ବାର ଅଭିଯୋଗ ସତ୍ତ୍ଵେ ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ବିଶେଷ ସୂତ୍ରରୁ ଖବର ପାଇ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ର ଏକ ଟିମ୍ ଅଚାନକ ଚଢ଼ଉ କରିଥିଲେ। ଘାଟଘରସାହି ଗ୍ରାମର ମୁନା ନାଥଙ୍କ ଘରୁ  ୩୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ମୁନାକୁ ଗିରଫ କରାଯାଇଛି।ଜବତ ବ୍ରାଉନ ସୁଗାରର ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.