Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଲକ୍‌ଡାଉନ୍‌ ବେଳେ ଚୋରା ବେପାରୀଙ୍କୁ ଖୋଜି ଖୋଜି ଧରୁଛି ଅବକାରୀ ବିଭାଗ, ୧୫୦୦ ଲିଟର ମଦ ଜବତ

28/03/2020 at 5:00 PM

ଭଦ୍ରକ ୨୮।୦୩: କରୋନା ପାଇଁ ସବୁ ମଦ ଦୋକାନ ସିଲ । କିନ୍ତୁ ଚୋରା ବେପାରୀଙ୍କୁ ଖୋଜି ଖୋଜି ଧରୁଛି ଅବକାରୀ ବିଭାଗ । ଭଦ୍ରକ ଗ୍ରାମାଞ୍ଚଳ ଥାନI  ଅନ୍ତର୍ଗତ ତିଗିରିଆ ଗ୍ରାମ  ଅଂଚଳରେ ପେଟ୍ରୋଲିଙ୍ଗ କରୁଥିବା  ସମୟରେ  ବିଶେଷ ସୂତ୍ରରୁ ଖବରପାଇ ତିଗିରିଆ   ଗ୍ରାମର ରାସ୍ତା ପାର୍ଶ୍ୱରେ ଥିବା ଏକ ପରିତ୍ୟକ୍ତ ଘର ମଧ୍ୟରୁ ୧୫୦୦ ଲିଟର ଚୋରା ଦେଶୀ ମଦ ଜବତ କରିଛି ଭଦ୍ରକ ଅବକାରୀ ବିଭାଗ।

ଅବକାରୀ ବିଭାଗର ସୂଚନା ଅନୁଯାୟୀ  ଜବତ ମଦର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳଛି । ଘଟଣାସ୍ଥଳରୁ ଭଦ୍ରକ ଜିଲ୍ଲା ସିରାପୁର ଗାଁର ମନୋଜ ମହାରଣାକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ଫେରାର ହୋଇଯାଇଛନ୍ତି। ଫେରାର ଆସାମୀ ଦୁଇଜଣ ହେଲେ ତିଗିରିଆ ଗାଁର ପବିତ୍ର ଜେନା ଓରଫ ଖୁଜୁର ଓ ମିର୍ଜାପୁର ଗାଁର ନୁଥୁରି ବେହେରା  ବୋଲି ଅବକାରୀ ବିଭାଗ ସୂଚନା ଦେଇଛି I ଏଥିନେଇ ଅବକାରୀ ବିଭାଗପକ୍ଷରୁ ତିନି ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି।

ଭଦ୍ରକ ଅବକାରୀ  ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଉକ୍ତ ଚଢ଼ାଉ କରିଥିବା ବେଳେ A.S.I  ପ୍ରହ୍ଲାଦ ସାମଲ ଚଢ଼ାଉ ରେ ସାମିଲ ହୋଇଥିଲେ । କରୋନା ଭାଇରସ ପାଇଁ  ରାଜ୍ୟ ସରକାରଙ୍କ ଲକ୍ ଡାଉନର ସୁଯୋଗନେଇ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଂଚଳରେ ଚୋରାମଦ ବେପାରୀ ମାନେ ସକ୍ରିୟ ହୋଇଛନ୍ତି ।

   Related Posts