କୁକୁଡ଼ା ଫାର୍ମରେ ଚାଲିଥିଲା ମଦ କାରଖାନା, ପହଞ୍ଚିଗଲା ଅବକାରୀ ବିଭାଗ, ତାପରେ...

Published By : Prameya-News7 Bureau | April 25, 2021 IST

ସାନଖେମୁଣ୍ଡି, ୨୫/୦୪: କରୋନାକୁ ନେଇ ଗଲା ପୁରା ମାନବସମାଜ ଦୋହଲି ଯାଇଛି । ହେଲେ ଏହି ଅଜଣା ଭୟକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଅହରହ ଉଦ୍ୟମ କରୁଥିବା ବେଳେ ଗଂଜାମ ଜିଲ୍ଲାର ଗାଁ ଗହଳିରେ ଚାଲିଛି ନକଲି ମଦର ପଶରା । କେଉଁଠି କୁକୁଡାଫାର୍ମରେ ଚାଲୁଛି ନକଲି ମଦ ପ୍ରସ୍ତୁତି ଓ ଅ।ଉ କେଉଁଠି ତୋଟାମାଳରେ ଚାଲୁଛି ମଦ ପ୍ରସ୍ତୁତି । ହେଲେ ସେମତି ଏକ ନକଲି ମଦ କାରଖାନାକୁ ଠାବ କରିବାରେ ସକ୍ଷମ ହୋଇଛି ଗଂଜାମ ଜିଲ୍ଲା ଅବକାରୀ ବିଭାଗ ।

ସୂଚନା ଅନୁସାରେ, ହିଂଜିଳିକାଟୁ ନୂଅ।ମକଝୋଳ ଗାଁର ଶେଷ ମୁଣ୍ଡରେ ଥିବା ଏକ କୁକୁଡା ଫାର୍ମରେ ଗଲା କିଛି ଦିନ ହେବ ନକଲି ମଦ କାରଖାନା ଚାଲିଥିବା ଜଣାପଡ଼ିଥିଲା । ୟୁଟ୍ୟୁବ ଦେଖି କଲିକାତାରୁ କଂଚା ମାଲ ସଂଗ୍ରହ କରି ନକଲି ମଦ ତିଅ।ରି କରି ଓଡିଶା ଅ।ନ୍ଧ୍ର ବର୍ଡର ଗିରିଶୋଲା ଅଂଚଳକୁ ଏହା ସପ୍ଲାଇ ହେଉଥିଲା । ଯାହାକୁ ନେଇ ଅ।ଜି ଅଚାନକ ଚଢାଉ କରି ନକଲି ମଦ କାରଖାନାକୁ ସିଲ୍‌ କରିବା ସହ ଏହି ଚଢାଉରେ ତିନିଜଣକୁ ବିଭାଗ ଗିରଫ କରିବାରେ ସକ୍ଷମ ହୋଇଛି । ଏଥିସହିତ ବହୁ ପରିମାଣର ନକଲି ସିଲ୍‌, ନକଲି ମଦ କାଚ ବୋତଲ, ସହ ମେସିନକୁ ଜବତ କରିଥିବା ବିଭାଗ ସୂଚନା ଦେଇଛି ।

ପ୍ରାଥମିକ ତଦନ୍ତରୁ ନକଲି ମଦ ବାହାର ରାଜ୍ୟକୁ ଚାଲାଣ ନେଇ ଗିରଫ ଅଭିଯୁକ୍ତ ମାନେ ସ୍ପଷ୍ଟ କରୁଥିବା ବେଳେ ଅବକାରୀ ବିଭାଗ କେତେ ଦୂର ଅନ୍ତ ରାଜ୍ୟ ନକଲି କାରବାରର ମାଷ୍ଟର ମାଇଣ୍ଡକୁ ଧରିବାକୁ ସକ୍ଷମ ହେଉଛି ତାହା ଦେଖିବାକୁ ବାକି ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.