ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉରେ ଦେଶୀ ମଦ ସହ ମହୁଲ ପୋଚ ଜବତ, ୫ ଜଣଙ୍କ ନାମରେ ମାମଲା ରୁଜୁ

Published By : Prameya-News7 Bureau | June 13, 2021 IST

କଣ୍ଟାବାଞ୍ଜି, ୧୩।୬: ଗତ ଶୁକ୍ରବାର ଦିନ କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା ଓ ଟିଟିଲାଗଡ଼ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚାଢ଼ାଉ କରି ନବେ ଲିଟର ଦେଶୀ ରନ୍ଧା ମଦ ସହ କିଛି ମହୁଲ ପୋଚ ଜବତ କରିଥିବା ଜଣା ପଡିଛି l ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ତୁରେକେଲା ବ୍ଲକର ଆଖ ପାଖ ଅଞ୍ଚଳରେ କୋରନା ସୁଯୋଗ ନେଇ ବହୁ ଦିନରୁ ବେନିୟମ ଭାବରେ ଦେଶୀ ମଦ ପ୍ରସ୍ତୁତ କରି ବିକ୍ରି କରୁ ଥିବା ଅଭିଯୋଗ ହେଇ ଆସୁଥିଲା l

ଏହି ଅଭିଯୋଗ ପରେ ଅବକାରୀ ବିଭାଗ ତତ୍ପରତା ଦେଖାଇ ଢୋଲମାଂଦଲ, କନ୍ଦାଗାଡ଼, ବାହାବଲ, ଗାୟନ୍ଦିମାଲ, ଗବରା, ମହୁଲପାର୍ଟି ଗ୍ରାମରେ ଚଢ଼ାଉ କରିଥିଲେ l ଏହି ଚାଢ଼ାଉ ସମୟରେ ତିନିଟି ଗ୍ରାମ କନ୍ଦାଗାଡ଼, ବାହାବଲ ଓ ଗବରାର ୫ଜଣଙ୍କ ଘରୁ ମଦ ଜବତ ହୋଇଥିଲା, ଅବକାରୀ ବିଭାଗ ମଦ ଜବତ କରିବା ସହ ୫ଜଣଙ୍କୁ କାବୁ କରିବାରେ ମଧ୍ୟ ସକ୍ଷମ ହୋଇଥିଲା l ହେଲେ କୋରନା ନିୟମ ଅନୁଯାୟୀ ସେମାନଙ୍କ ଉପରେ ଏକ କେସ ରୁଜୁ କରି ଆକଟ ରେ ଛାଡିଦିଆଯାଇଥିବା ଜଣାପଡିଛି l

ଏହି ଚାଢ଼ାଉରେ ଅବକାରୀ ନିରୀକ୍ଷକ ଜୋସେଭ ୱାଲଟିଅର ନାଏକ, ଅବକାରୀ ନିରୀକ୍ଷକ ଦେବରାଜ ଖମାରୀ, ଏଏସଆଇ ଅଲଖେ ପୁଟେଲ, ମୁରଲୀ ପୁଟେଲ, ସତ୍ୟ ପ୍ରଧାନଙ୍କ ସମେତ ପ୍ରଫୁଲ୍ଲ ନାଗ ଏବଂ ଅନ୍ୟାନ କର୍ମଚାରୀ ମାନେ ସାମିଲ ଥିଲେ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.