ଗଞ୍ଜାମର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣରେ ବିଦେଶୀ ମଦ ଜବତ, ୩ ଗିରଫ

Published By : Prameya-News7 Bureau | January 12, 2021 IST

ବ୍ରହ୍ମପୁର ୧୨/୦୧: ଗଞ୍ଜାମ ଜିଲ୍ଲାରେ ଅବକାରୀ ବିଭାଗକୁ ବଡ଼ ସଫଳତା। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ବିଦେଶୀ ମଦ ଜବତ କରିଥିବା ଜଣାପଡ଼ିଛି। ବଡଗଡ ଓ ଶେରଗଚ ଥାନା ଏବଂ ବରସିଙ୍ଗି ଥାନା ଅଞ୍ଚଳର ବାହାଡାଗୁଡା ଓ ବନ୍ଧାଗୁଡାରେ ଚଢ଼ାଉ କରିଥିଲା ଅବକାରୀ ବିଭାଗ।

ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ୯୩,୯୬୦ ଲିଟର ବିଦେଶୀ ମଦ ଓ ୩୦,୬୩୦ ଲିଟର ବିଅର୍ ଜବତ କରିଛି ଅବକାରୀ ବିଭାଗ। କିନ୍ତୁ ଆଶ୍ଚର୍ଯ୍ୟର କଥା ସେଥି ମଧ୍ୟରୁ ୮୮,୨୦୦ ଲିଟର ନକଲି ମଦ ଥିବା ଅବକାରୀ ବିଭାଗ ଅନୁମାନ କରୁଥିବା ସୂଚନା ମିଳିଛି। ।

ତେବେ ଅବକାରୀ ବିଭାଗର ଏଭଳି ମାରାଥନ୍‌ ଚଢ଼ାଉରେ ଚୋରା ମଦ କାରବାର ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି। ବହୁ ଲିଟର ବିଦେଶୀ ମଦ ଜବତ ହେବା ସାଙ୍ଗକୁ ନକଲି ମଦର ପସରା ମେଲିଥିବା ବି ଅବକାରୀ ବିଭାଗ ସୁରାକ ପାଇଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ମଧ୍ୟ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.