ଅବକାରୀ ବିଭାଗର ଚଢ଼ାଉ, ୭୦ ଲିଟର ଦେଶୀ ମଦ ଜବତ, ୨ ଗିରଫ

Published By : Prameya-News7 Bureau | January 08, 2021 IST

ରାଇରଙ୍ଗପୁର ୦୮/୦୧: ରାଇରଙ୍ଗପୁର ଉପଖଣ୍ଡ ଅବକାରୀ ବିଭାଗର ଘନ ଘନ ଚଢ଼ାଉରେ ଚୋରା ଦେଶୀ ମଦ ବ୍ୟବସାୟୀଙ୍କ ମଧ୍ୟରେ କକୁଆ ଭୟ ଖେଳି ଯାଇଛି। ଆଗକୁ ମକର ପର୍ବ ଆସୁଥିଲା ବେଳେ ବ୍ୟାପକ ଚୋରା ମଦ ତିଆରି ଚାଲିଥିବା ସୂଚନା ପାଇ ଅବକାରୀ ବିଭାଗ ଅତର୍କିତ ଚଢ଼ାଉ ଜାରି ରଖିଛି। ଏହି କ୍ରମରେ ଅବକାରୀ ବିଭାଗ ମୟୂରଭଞ୍ଜ ଜିଲ୍ଲାର ଅନେକ ଜାଗାରେ ଚଢାଉ କରି ୭୦ ଲିଟର ଦେଶୀ ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି।

{"id":389074,"sizeSlug":"large","linkDestination":"none"}

ସୂଚନା ଆଧାର ରେ ଅବକାରୀ ବିଭାଗ ବିଶୋଇ ଥାନା ଅଧିନ କେଶରଗଡ଼ିଆରେ ଚଢ଼ାଉ କରି ୨୧୦୦କି.ଗ୍ରା. ମହୁଲ ପୋଚ ନଷ୍ଟ କରିବା ସହିତ ୫୫ଲିଟର ଦେଶୀ ମଦ ଜବତ କରିଛି। ସେହିପରି ରେଙ୍ଗାଳବେଡା ବାଉତିବେଡା  ଗ୍ରାମ ନିକଟରେ ଚାଢ଼ାଉ କରି ୧୫ ଲିଟର ଚୋରା ଦେଶୀ ମଦ ଜବତ କରିବା ସହିତ ଦୁଇଜଣ ଚୋରା ବେପାରୀଙ୍କୁ ଗିରଫ କରିଛି। ଏହି ଚଢ଼ାଉ ରେ ରାଇରଙ୍ଗପୁର ଓ ବିଶୋଇ ର ଅବକାରୀ ଅଧିକାରୀ ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.