Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||

ଚୋରା ମଦ ବେପାରୀଙ୍କର ଭାରି ସାହାସ: ଚଢାଉ ବେଳେ ଅବକାରୀ ସ୍କ୍ବାର୍ଡର ଗାଡି ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ, ୬ ଗିରଫ

8/10/2020 at 4:18 PM

କେନ୍ଦ୍ରାପଡା୮/୧୦: କେନ୍ଦ୍ରାପଡାରେ ଏକ ଅଭାବନୀୟ ଘଟଣା ଘଟିଛି। ଚଢାଉ ବେଳେ ଅବକାରୀ ସ୍କ୍ବାର୍ଡର ଗାଡି ଉପରେ ପେଟ୍ରୋଲ ଢାଳି ନିଅଁ। ଲଗାଇବାକୁ ଉଦ୍ୟମ କରିଥିଲେ ୨ ଚୋରା ମଦ ବ୍ୟବସାୟୀ। କେନ୍ଦ୍ରାପଡା ବିଜୟନଗରଠାରେ ଘଟିଛି ଏହି ଘଟଣା । ଆଜି ସକାଳେ ଜିଲ୍ଲା ଅବକାରୀ ବିଭାଗର ଏକ ଟିମ୍ ବିଜୟନଗର ଏବଂ ଏହାର ଆଖପାଖ ଅଂଚଳରେ ଚୋରାମଦ ବିକ୍ରି ହେଉଥିବା ଖବର ପାଇ ଚଢାଉ କରିଥିଲେ। ଚଢାଉ ବେଳେ ଚୋରାମଦ କାରବାରରେ ସମ୍ପୃକ୍ତ ଜ୍ଞାନ ରଂଜନ ଦାସ ଓ ଟିକିଲି ରାଉତ ଅବକାରୀ ସ୍କ୍ବାର୍ଡର ଗାଡି ଉପରେ ପେଟ୍ରୋଲ ଢାଳି ନିଅଁ। ଲଗାଇବାକୁ ଉଦ୍ୟମ କରିଥିଲେ। ଜଣେ ପୁରୁଷ ଏବଂ ମହିଳାଙ୍କ ସମେତ ମଦ କାରବାରେ ସମ୍ପୃକ୍ତ ମୋଟ ୬ଜଣଙ୍କୁ ଗିରଫ କରିଛନ୍ତି ଅବକାରୀ ଅଧିକାରୀ । ଚଢାଉ ସମୟରେ ପ୍ରାୟ ଶହେ ଲିଟର ଚୋରା ମଦ ଜବତ ହୋଇଥିବା ଅବକାରୀ ଇନିସପେକ୍ଟର ସରୋଜ କୁମାର ବାଗ୍ ସୂଚନା ଦେଇଛନ୍ତି ।

   Related Posts