Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||

ରାଜ୍ୟରେ ଖୋଲିବ ମଦ ଦୋକାନ ! ବଟଲିଂ ୟୁନିଟ୍ ଚାଲୁ କରିବାକୁ ଅବକାରୀ କମିଶନରଙ୍କ ଚିଠି

17/05/2020 at 8:24 AM

ଭୁବନେଶ୍ବର ୧୭।୫: କରୋନା ଲକ୍‌ ଡାଉନ୍ କଟକଣାରୁ ଦୀର୍ଘଦିନ ହେବ ରାଜ୍ୟରେ ବନ୍ଦ ଥିବା ମଦ ଦୋକାନ ଖୁବ୍‌ଶୀଘ୍ର ଖୋଲିପାରେ । ପରୋକ୍ଷରେ ସରକାରୀ ଭାବେ ଏମିତି ସୂଚନା ମିଳୁଛି । ରାଜ୍ୟର ୧୧ ଜିଲ୍ଲାରେ ଥିବା ବଟଲିଂ ପ୍ଲାଣ୍ଟ ସହ ବ୍ରେୱେରୀ ୟୁନିଟ୍‌ ଚାଲୁ କରିବାକୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଅବକାରୀ କମିଶନର ।

ପ୍ରଥମ ପର୍ଯ୍ୟାୟ ଲକ୍‌ ଡାଉନର ୨ଦିନ ପରଠାରୁ ରାଜ୍ୟରେ ମଦ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିଛି । ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ ସମୟରେ ମଦ ଦୋକାନ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । କେନ୍ଦ୍ର ଅନୁମତି ପରେ କିଛି ରାଜ୍ୟରେ ମଦ ଦୋକାନ ଖୋଲିଛି । ମାତ୍ର ଓଡ଼ିଶାରେ ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ମଦ ଦୋକାନ ବନ୍ଦ ଯୋଗୁଁ ରାଜସ୍ୱ କ୍ଷତି କରୁଥିଲା ବେଳେ ଚୋର ମଦ କାରବାର ବଢ଼ିପାରେ ବୋଲି ସରକାର ଆଶଙ୍କା କରୁଛନ୍ତି । ଏଭଳି ସ୍ଥିତିରେ ସରକାର ରାଜ୍ୟରେ ମଦ ଦୋକାନ ଖୋଲିବା ନେଇ ବିଚାରବିମର୍ଶ କରୁଛନ୍ତି । ମଦ ଦୋକାନ ଖୋଲିଲେ ଗ୍ରାହକଙ୍କ ଚାହିଦା ପୂରଣ ପାଇଁ ଗୋଦାମରେ ଯଥେଷ୍ଟ ପରିମାଣର ମଦ ନାହିଁ । ତେଣୁ ମଦ ମହଜୁଦ କରିବାକୁ ଗଞ୍ଜାମ, ଯାଜପୁର, ଢେଙ୍କାନାଳ, ରାୟଗଡ଼ା, ସମ୍ବଲପୁର, ଖୋର୍ଦ୍ଧା, କୋରାପୁଟ, ପୁରୀ, ବଲାଙ୍ଗୀର, ଜଗତସିଂହପୁର ଓ କଟକରେ ଥିବା ବଟ୍‌ଲିଂ ପ୍ଲାଣ୍ଟ ସହ ବ୍ରେୱେରୀ ୟୁନିଟ୍‌ ଯାଞ୍ଚ ପରେ ଚାଲୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅବକାରୀ କମିଶନର ।

ରାଜ୍ୟରେ ଏବେ ୧୨ ବଟଲିଂ ପ୍ଲାଣ୍ଟ, ୫ ବ୍ରେୱେରିଜ୍‌ ଓ ୨ଟି ଡିଷ୍ଟଲିରିଜ୍‌ ୟୁନିଟ୍‌ ମାର୍ଚ୍ଚ ୨୫ରୁ ବନ୍ଦ ଅଛି । ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରି ଉତ୍ପାଦନ ଆରମ୍ଭ କରିବା ଉପରେ ଜୋର୍‌ ଦେବାକୁ କୁହାଯାଇଛି । ବଟ୍‌ଲି ପ୍ଲାଣ୍ଟ ଓ ବ୍ରେୱେରିଜ୍‌ ୟୁନିଟ୍‌ ଖୋଲିବାକୁ ଯାଉଥିବାରୁ ଖୁବ୍‌ଶୀଘ୍ର ମଦ ଦୋକାନ ଖୋଲିପାରେ ବୋଲି ଅନୁମାନ କରାଯାଉଛି । ମାତ୍ର ଏ ନେଇ ସରକାରୀ ଭାବେ କିଛି ବିଜ୍ଞପ୍ତି ପ୍ରକାଶ ପାଇନି ।

   Related Posts