ଦାରିଗଂବାଡିରେ ବିଭିନ୍ନ ବିଭାଗର ମିଳିତ ଚଢାଉ, ୩୬ ଶହ ଟଙ୍କା ଜରିମାନା ସହ ବିପୁଳ ପରିମାଣର ଗୁଟ୍‌ଖା ଜବତ

Published By : Prameya-News7 Bureau | January 28, 2022 IST

ଜି. ଉଦୟଗିରି, ୨୮/୦୧: ଗୁଟୁଖା କ୍ୟାନ୍ସରର ମୂଳ କାରଣ। ଏହି କାରଣରୁ ଅନେକ ଧନ ଜୀବନ ଯାଉଛି। ସରକାର ଏହାର ଉତ୍ପାଦନ ଏବଂ ବିକ୍ରୀ ବ୍ୟାନ୍‌ କରିଥିବା ବେଳେ ଅବାଧରେ ଚାଲିଛି ବିକ୍ରୀ। ଏବେ ଏହାର ମୂଳ ଉତ୍ପାଟନ ପାଇଁ ଆରମ୍ଭ ହୋଇଛି ଅଭିଯାନ। ୨୦ ତାରିଖରେ ବାଲିଗୁଡା ସହରରେ ମିଳିତ ଚଢାଉ କରାଯାଇ ଚାରି ହଜାରରୁ ଅଧିକ ଜରିମାନା ଆଦାୟ ସହିତ ବିପୁଳ ପରିମାଣରେ ଗୁଟୁଖା ଜବତ ହୋଇଥିଲା।

ଆଜି ଦାରିଗଂବାଡି ବସଷ୍ଟାଣ୍ଡ ସହିତ ସହରରେ ଜାତୀୟ COTPA ନିୟମ ଆଧାର କରି ଭେଷଜ ନିରିକ୍ଷକ ସନ୍ତୋଷ ପ୍ରଧାନ, ଖାଦ୍ୟ ସୁରକ୍ଷା ଅଧିକାରୀ ନବ କିଶୋର ସାହୁ, ଆସିଷ୍ଟାଣ୍ଟ୍ ମ୍ଯାନେଜର ଅଶୋକ କୁମାର ସାହୁଙ୍କ ସହିତ ଅବକାରୀ ବିଭାଗ ଏବଂ ପୋଲିସ ବିଭାଗର ମିଳିତ ଚଢାଉ କରାଯାଇଥିଲା । ଏଥିରେ ୩୬୦୦ ଟକାଂର ଜରିମାନା ସହିତ ବିପୁଳ ପରିମାଣର ଗୁଟୁଖା ଜବତ କରାଯାଇଥିବା ଜଣା ପଡିଛି । ଯାହାର ଆନୁମାନିକ ମୂଲ୍ଯ ୨୦ ହଜାରରୁ ଅଧିକ ହେବ। ଆଗାମୀ ଦିନରେ ଜିଲ୍ଲାରେ ଏହିଭଳି ଚଢାଉ ଜାରି ରହିବ ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ ନବ କିଶୋର ସାହୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.