ଓଏଏସ୍‌ ସ୍ତରରେ ଅଦଳବଦଳ

Published By : Prameya-News7 Bureau | August 07, 2020 IST

ଭୁବନେଶ୍ୱର,୭/୮: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବାଲେଶ୍ୱର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ଜେନାଙ୍କୁ ଦେବଗଡ଼ ଡିଆରଡିଏ ପିଡି ଭାବେ ବଦଳି କରାଯାଇଛି । ସେହିପରି ଆନନ୍ଦପୁର ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁ ବାଲେଶ୍ୱର ଡିଆରଡିଏ ପିଡି ପଦବୀକୁ ବଦଳି ହୋଇଛନ୍ତି। ରାଜେନ୍ଦ୍ର କୁମାର ରଞ୍ଜିତଙ୍କୁ ଗଜପତି ଏଡିଏମ୍‌ ଭାବେ ବଦଳି କରାଯିବା ସହ ମହେନ୍ଦ୍ରଗଡ଼ସ୍ଥିତ ଛେଳିଆଗଡ଼ ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଏହାସହ ତାଙ୍କ ପୂର୍ବ ବଦଳି ଆଦେଶକୁ ବାତିଲ କରାଯାଇଛି । ପଦ୍ମନାଭ ବେହେରାଙ୍କୁ ରେଢ଼ାଖୋଲ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ବାଲିଗୁଡ଼ା ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ସମ୍ବଲପୁର ଆରଟିଓ ପଦବୀକୁ ବଦଳି ହୋଇଛନ୍ତି। ତେବେ ସମ୍ବଲପୁର ଆରଟିଓ ଲଳିତମୋହନ ବେହେରାଙ୍କୁ ଆଠମଲ୍ଲିକ ଉପଜିଲ୍ଲାପାଳ, ନିହାର ରଂଜନ କହଁରଙ୍କୁ କନ୍ଧମାଳ ଉପଜିଲ୍ଲାପାଳ, ସରୋଜ କୁମାର ଦତ୍ତଙ୍କୁ ଆନନ୍ଦପୁର ଉପଜିଲ୍ଲାପାଳ, ସୁରେଶ ଚନ୍ଦ୍ର ପ୍ରଧାନଙ୍କୁ ବାଲିଗୁଡ଼ା ଆଇଟିଡିଏ ପିଡି ଭାବେ ବଦଳି କରାଯାଇଛି । ଅନାମ ଚରଣ ପାତ୍ରଙ୍କ ପୂର୍ବ ବଦଳି ଆଦେଶକୁ ବାତିଲ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.