Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଓଏଏସ୍‌ ସ୍ତରରେ ଅଦଳବଦଳ…

26/06/2020 at 7:32 AM

ଭୁବନେଶ୍ୱର୨୬/୦୬: ରାଜ୍ୟ ସରକାର ଓଏଏସ୍‌ସ୍ତରରେ ଏକ ଅଦଳବଦଳ କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ବିଭୂତି ଭୂଷଣ ଦାସଙ୍କୁ ଓଡ଼ିଶା ଲୋକସେବା ଆୟୋଗର ସଚିବ ଭାବେ ନିଯୁକ୍ତିକୁ ବାତିଲ କରାଯାଇଛି । ସେ ପୂର୍ବଭଳି ରାଜସ୍ୱ ବିଭାଗରେ କାମ କରିବେ ।

ସେହିଭଳି ବିଜ୍ଞାନ ଓ କାରିଗରୀ ବିଭାଗର ଅତିରିକ୍ତ ସଚିବ କୈଳାସ ଚନ୍ଦ୍ର ସାହୁ-୨ଙ୍କୁ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ପୂର୍ବ ନିଯୁକ୍ତିକୁ ରଦ୍ଦ କରାଯାଇଛି । ଆସ୍କା ସମବାୟ ଚିନି କଳର ଏମଡି ଲକ୍ଷ୍ମୀକାନ୍ତ ବେହେରା ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଭାଗେ ନିଯୁକ୍ତ ହୋଇଛନ୍ତି ।

ରାଜ୍ୟ ପରିବହନ କର୍ତ୍ତୃପକ୍ଷରୁ ଅଶୋକ କୁମାର ଦାସଙ୍କୁ କଟକ ଓପିଏସ୍‌ସିରେ ଏବଂ ମୟୂରଭଞ୍ଜ ଏଡିଏମ୍‌ ବ୍ରଜବନ୍ଧୁ ଭୋଳଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସଚିବ ଭାବେ ସରକାର ବଦଳି କରିଛନ୍ତି । ରାଜସ୍ୱ ବିଭାଗ ଯୁଗ୍ମ ସଚିବ ଦିଲ୍ଲୀପ କୁମାର ସାହୁଙ୍କୁ ଅନୁଗୁଳ ଡିଆରଡିଏ ପିଡି, ରାଜସ୍ୱ ପର୍ଷଦ ଯୁଗ୍ମ ସଚିବ ନିଗମାନନ୍ଦ ପଣ୍ଡାଙ୍କୁ ଦେବଗଡ଼ ପିଡି ଭାବେ ନୂଆ ନିଯୁକ୍ତି ମିଳିଛି ।

ସେହିଭଳି ଓଏଏସ୍‌ ପ୍ରଦୀପ କୁମାର ନାୟକଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଜଏଣ୍ଟ କମିଶନର, ବିକାଶ ଚନ୍ଦ୍ର ବେନ୍‌ଙ୍କୁ ଆରଆଇସି ରାୟଗଡ଼ାର ଜେନେରାଲ ମ୍ୟାନେଜର, ଅଯୋଧ୍ୟାକାନ୍ତ ଶତପଥୀଙ୍କୁ ଢେଙ୍କାନାଳ-କେନ୍ଦୁଝର ମେଜର ସେଟଲମେଣ୍ଟର ସେଟଲମେଣ୍ଟ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ବିବେକାନନ୍ଦ ସାହୁଙ୍କୁ ରାୟଗଡ଼ାର ଏଡିଏମ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଥିଲା ବେଳେ ସୁମିତ୍ରା ସେନାପତିଙ୍କୁ ସେରିଫେଡ ଏମଡି ଏବଂ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଯୁଗ୍ମ ସଚିବ, ଧରିତ୍ରୀ ମିଶ୍ରଙ୍କୁ କଟକ ଆରଡିସି ଏସଏସଡିର ଯୁଗ୍ମ ନିର୍ଦ୍ଦେଶକ ଭାବେ ନୂଆ ନିଯୁକ୍ତି ମିଳିଛି ।

   Related Posts