ଅଧିକ ମିଠା ଖାଇବା ଦ୍ବାରା ନୁହେଁ ବରଂ ଏହି କାରଣ ପାଇଁ ହୋଇଥାଏ ଡାଏବେଟିସ୍ : ଜାଣନ୍ତୁ

Published By : Prameya-News7 Bureau | May 18, 2019 IST

ମଧୁମେହ ଏକ ଗମ୍ଭୀର ରୋଗ ହୋଇଥାଏ। ଯାହା ଆଜିକାଲି ଅଧିକାଂଶ ଲୋକଙ୍କ ପାଇଁ ସାଧାରଣ କଥା ହୋଇଗଲାଣି। ମଧୁମେହ ରୋଗ ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କୁ ହୋଇଥାଏ। କିନ୍ତୁ ଆଜିକାଲି ଛୋଟ ଛୋଟ ପିଲାଙ୍କୁ ମଧ୍ୟ ମଦୁମେହ ରୋଗ ହେଉଛି। ଅଧିକାଂଶ ଲୋକେ ମାନନ୍ତି ଯେ ମଧୁମେହ ଅଧିକ ମିଠା ଖାଇଲେ ହୋଇଥାଏ। କିନ୍ତୁ ଏପରି ହୋଇନଥାଏ। କାରଣ ଛୋଟ ପିଲାମାନେଏତେ ମିଠା ଖାଇନଥାଆନ୍ତି। ତଥାପି ସେମାନଙ୍କୁ ମଧୁମେହ କାହିଁକି ହୋଇଥାଏ। ଅଧିକ ମିଠା ଖାଇଲେ ନୁହେଁ ବରଂ ଏଥିପାଇଁ ହୋଇଥାଏ ମଧୁମେହ,ଆସନ୍ତୁ ଜାଣିବା

ମଧୁମେହ ଏକ ଏପରି ରୋଗ ଯାହା ବ୍ୟକ୍ତିଙ୍କୁ ଥରେ ହେଲେ ତାଙ୍କ ପିଛା ଛାଡ଼ିନଥାଏ। ବ୍ୟକ୍ତିଙ୍କ ଶରୀରରେ ଅନ୍ୟ କେତେକ ରୋଗ ହୋଇଯାଇଥାଏ। କିନ୍ତୁ ମଧୁମେହ ଅଧିକ ମିଠା ଖାଇବା ଦ୍ବାରା ହୋଇନଥାଏ। ମଧୁମେହ ହେବାର କାରଣ ହେଉଛି ଆମ ଦୈନନ୍ଦିନ ଜୀବନର ବିଶୃଙ୍ଖଳିତ ଜୀବନଶୈଳୀ।

ମଧୁମେହ ହେବାର କାରଣ:

୧.ଆଜିକାଲି ଅଧିକାଂଶ ଲୋକ ପର୍ଯ୍ୟାପ୍ତ ପରିମାଣରେ ଶୋଉନାହାନ୍ତି। ଯାହା ଫଳରେ ମଧୁମେହ ହେଉଛି।

୨.ଆଜିକାଲି ଲୋକେ ଠିକ୍ ସମୟରେ ଖାଉନାହାନ୍ତି। ସକାଳର ଭୋଜନ ଦ୍ବିପ୍ରହରରେ କରୁଛନ୍ତି ଆଉ ଦ୍ବିପ୍ରହରର ଭୋଜନ ସନ୍ଧ୍ୟାରେ କରୁଛନ୍ତି। ଏପରି କରିବା ଦ୍ବାରା ମଧୁମେହ ହେଉଛି।

୩.ଆଜିକାଲି ଲୋକେ ଶରୀର ପାଇଁ ଆବଶ୍ୟକ ପର୍ଯ୍ୟାପ୍ତ ପାଣି ପିଉନାହାନ୍ତି। ଶରୀରକୁ ସବୁବେଳେ ସୁସ୍ଥ ଏବଂ ନୀରୋଗ ରଖିବା ପାଇଁ ଦିନକୁ ଅତି କମରେ ୧୦-୧୨ଗ୍ଲାସ୍ ପାଣି ପିଇବା ଆବଶ୍ୟକ। ଏହା ଦ୍ବାରା ମଧୁମେହରୁ ମୁକ୍ତି ମିଳିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.