ଅସାଧାରଣ ପରିସ୍ଥିତି କିନ୍ତୁ ଚିନ୍ତା ଓ କାମରେ ଭିନ୍ନତା: କିଏ କରୁଛି ଟିକଟକ ତ କିଏ ପଢ଼ୁଛନ୍ତି ଗାୟତ୍ରୀ ମନ୍ତ୍ର

Published By : Prameya-News7 Bureau | May 05, 2020 IST

ଭଦ୍ରକ୫/୫: ସମାନ ସ୍ଥିତିରେ ସମସ୍ତେ କିନ୍ତୁ ଚିନ୍ତାଧାରା ସମ୍ପୂର୍ଣ୍ଣ ଅଲଗା। ସମସ୍ତଙ୍କ ଭାବନା ମଧ୍ୟ ଅଲଗା। କରୋନା ଭଳି ମହାମାରୀ ସମୟରେ ମଧ୍ୟ ଲୋକେ ସଞ୍ଜମତା ରଖୁନଥିବା ଦେଖିବାକୁ ମିଳିଛି । ଏଠି ଏମିତି କହିବାର ମାନେ କ୍ବାରେଣ୍ଟାଇନ୍ ସେଣ୍ଟରରେ କେଉଁଠି ଟିକଟକ ତ କେଉଁଠି ଗାୟତ୍ରୀ ମନ୍ତ୍ର ।

କିଛିଦିନ ପିର୍ବରୁ ତିହିଡି ଥାନା ଭାଟପଡା ପଞ୍ଚାୟତର କ୍ଵାରେଣ୍ଟାଇନ କେନ୍ଦ୍ରରେ ରହୁଥିବା ଲୋକେ ସରକାରୀ ନିୟମକୁ ଫୁ କରି ଟିକଟକ କରୁଥିବା ଘଟଣା ସାମ୍ନାକୁ ଆସିଥିଲା। ସ୍ଥାନୀୟ ସରପଞ୍ଚ କଲିକତାରୁ ଫେରି କ୍ଵାରେଣ୍ଟାଇନରେ ରହି ଟିକଟକ କରୁଥିବା ୭ ଜଣଙ୍କ ନାମରେ ଏତଲା ଦେଇଥିଲେ। ପୋଲିସ ମଧ୍ୟ ୬ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଏଠି କିନ୍ତୁ ଦୃଶ୍ୟ ଅଲଗା ଥିଲା । ଏଠି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରହୁଥିବା ସୁରଟ ଫେରନ୍ତା କ୍ଵାରାଣ୍ଟାଇନରେ ରହି ସନ୍ଧ୍ୟାରେ ଗାୟତ୍ରୀ ମନ୍ତ୍ର ଜପ କରୁଛନ୍ତି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅସୁରାଳି ବେଷ୍ଟ କଲେଜରେ ଏଭଳି ଦୃଶ୍ୟ ଦେଖିବାକୁ ମିିଳିଛି।

{"id":265324,"sizeSlug":"large"}

ଏଠାରେ ସରକାରୀ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରହୁଛନ୍ତି ସୁରଟରୁ ଫେରିଥିବା ୧୮ ଜଣ। ସମସ୍ତେ ରହିବା ସତ୍ତ୍ୱେ ସନ୍ଧ୍ୟାରେ ଗାୟତ୍ରୀମନ୍ତ୍ର ଜପ କରୁଛନ୍ତି। ଧାମନଗର ବ୍ଲକ ପ୍ରଶାସନର ଉଦ୍ୟମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁର୍ଗା ଚରଣ ମୁର୍ମୁଙ୍କ ଉପସ୍ଥିତିରେ ମନ୍ତ୍ର ଜପ ଦୃଶ୍ୟ ଦେଖିବାକୁ ମିଳିଛି । ଏମିତି ଦୃଶ୍ୟକୁ ଟ୍ୱିଟ କରିଛନ୍ତି ଧାମନଗର ବ୍ଲକର ଗୋଷ୍ଠୀ ଉନୟନ ଅଧିକାରୀ ଦୁର୍ଗା ଚରଣ ମୁର୍ମୁ । ଏମିତି କି ବ୍ଲକର କ୍ଵାରେଣ୍ଟାଇନ ସେଣ୍ଟର ଗୁଡିକର ସପ୍ତାହ ଯାକର ଖାଦ୍ୟ ତାଲିକା କୁ କାନ୍ଥ ରେ ଲଗାଯାଇଛି । ଏମିତି କି କ୍ଵରେଣ୍ଟାଇନ ରେ ରହୁଥିବା ଅନ୍ତେବାସୀ କଣ କରିବେ ଆଉ କଣ କରିବେ ନାହିଁ ତାହାର ସୂଚୀ ମଧ୍ୟ ଲଗାଯାଇଛି । ତେବେ ନିୟମ ନମାନିଲେ ଗିରଫ ହେବା ସହ ଅନ୍ୟ ଜିଲ୍ଲା ର କ୍ଵରେଣ୍ଟାଇନ କୁ ପଠାଯିବା ନେଇ ଫ୍ଲେକ୍ସ ମାଧ୍ୟମରେ ସଚେତନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.