Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦ୍ୱିତୀୟ ଲହରର କରୁଣ ଚିତ୍ର : ହସ୍ପିଟାଲରେ ବେଡ୍ ନାହିଁ, ଫୁଟ୍ ପାଥ୍‌ରେ ଶୋଇଛନ୍ତି କରୋନା ସଂକ୍ରମିତ
  • ||
  • ରାଉରକେଲା : ଦିଲ୍ଲୀରେ ଅକ୍ସିଜେନ୍ ସଙ୍କଟ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରୁ ପଠାଗଲା ଅକ୍ସିଜେନ୍ ଟ୍ୟାଙ୍କର
  • ||
  • ଯାଜପୁର : ଅକ୍ସିଜେନ୍ ସଙ୍କଟ, ଯାଜପୁରରୁ ବିଶାଖାପାଟଣା ଓ ପୁଣେ ଗଲା ୨ଟି ଅକ୍ସିଜେନ୍ ଟ୍ୟାଙ୍କର
  • ||
  • ଅନୁଗୋଳ : ଅନୁଗୋଳ ଜିଲ୍ଲାର ୨ଟି ମ୍ୟୁନିସିପାଲଟି ସଟଡାଉନ୍, କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ନବମିଶ୍ର କଲୋନୀ
  • ||
  • କଳାହାଣ୍ଡି : ପୋଲିସ ରିଜର୍ଭ ଅଫିସରେ ସର୍ଜନ ଓ OAPF ଯବାନଙ୍କ ମଧ୍ୟରେ ମାଡ ଘଟଣା, ଉଭୟଙ୍କୁ ନିଲମ୍ବିତ କଲେ ଏସପି
  • ||
  • କଳାହାଣ୍ଡି : ଜିଏସଟି ଏନଫୋର୍ସମେଣ୍ଟ ଟିମ୍‌ର ଚଢାଉ, ଟ୍ରକ୍‌ରୁ ୫ ଲକ୍ଷ ୩୫ ହଜାର ଟଙ୍କା ଜରିମାନା ଆଦାୟ
  • ||
  • କରୋନା ବେଲଗାମ୍, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାରରୁ ଅଧିକ କେସ୍, ୨୨୬୩ ମୃତ
  • ||
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||

ଆଇଟିଇଆର ଛାତ୍ରଛାତ୍ରୀମାନଙ୍କ ପାଇଁ ଉତ୍ତମମାନର ଚାକିରୀ ସୁଯୋଗ

16/07/2019 at 3:10 PM

ଭୁବନେଶ୍ବର ୧୬|୭: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ ପରିସରରେ ଗତ ମାସ ମାଇକ୍ରୋସଫ୍ଟ ଏବଂ ଆମାଜନ୍ ତରଫରୁ କ୍ୟାମ୍ପସ ନିଯୁକ୍ତି ଅନୁଷ୍ଠିତ ହେବା ପରେ ବିଭିନ୍ନ କମ୍ପାନୀ ଦ୍ୱାରା ଆଇଟିଇଆରର ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ଛାତ୍ରଛାତ୍ରୀଙ୍କୁ ଉତ୍ତମମାନର ଚାକିରି ଉପଲବ୍ଧ ହୋଇଚାଲିଛି । 

ଚଳିତମାସ ରାପ୍ୟୁଟା ରୋବୋଟିକ୍ସ, ଓଡେଶା ଇଙ୍କ, ସିଗ୍ମଏଡ୍ ଆନାଲିଟିକ୍ସ, କୋନି, ଭାଲ୍ୟୁ ଲ୍ୟାବ୍ସ ଏବଂ କ୍ଲାଉଡ୍ଗିନ୍ ଭଳି କମ୍ପାନୀ ତରଫରୁ ଆଇଟିଇଆର୍ର ଛାତ୍ରଛାତ୍ରୀମାନଙ୍କୁ  ଉତମ ନିଯୁକ୍ତି ସୁଯୋଗ ମିଳିଛି । 

ପ୍ରଡକ୍ଟ ଡେଭଲପ୍ମେଂଟ ପ୍ରୋଫାଇଲ୍ର ଏହି କମ୍ପାନୀଗୁଡ଼ିକ ଆଇଟିଇଆରର ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ୬ ଲକ୍ଷରୁ ୧୨ ଲକ୍ଷ ଟଙ୍କା ଦରମାରେ ଯୋଗ ଦେବା ନିମନ୍ତେ ଇଚ୍ଛା ପ୍ରକାଶ କରିଛନ୍ତି । ଏହି କମ୍ପାନୀର କର୍ମକର୍ତାମାନେ ଆଇଟିଇଆରର ଛାତ୍ରଛାତ୍ରୀମାନଙ୍କ ପ୍ରଦର୍ଶନ ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଗ୍ରହଣ ବିଷୟରେ ଦୃଷ୍ଟିଭଙ୍ଗୀ ଓ ମନୋଭାବ ଅତ୍ୟନ୍ତ ଉଚ୍ଚକୋଟୀର ଓ ସେମାନଙ୍କର ଆନ୍ତରିକତା ଓ ସମର୍ପଣ ଭାବ ମଧ୍ୟ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତର ସଂକେତ ବହନ କରେ ବୋଲି ସେମାନେ ମତ ଦେଇଛନ୍ତି ।  

ଏହି କାରଣରୁ ଦେଶର ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ତୁଳନାରେ ଏହି କମ୍ପାନୀମାନେ ଆଇଟିଇଆର୍ର ଅଧିକ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବା ନିମନ୍ତେ ଇଚ୍ଛାପକାଶ କରିଛନ୍ତି  । ଏପର୍ଯ୍ୟନ୍ତ ଅନେକ ଛାତ୍ରଛାତ୍ରୀ ଡେ-ଜିରୋ ସ୍ଲଟ୍ କମ୍ପାନୀରେ ଭଲ ଦରମାରେ ଚାକିରି ପାଇ ସାରିଛନ୍ତି । 

୨୦୧୯ ବ୍ୟାଚର ଗ୍ରାଜୁଏଟ୍ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ମାଇକ୍ରୋସଫ୍ଟ, ଆମାଜନ୍, ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍, ବୋସ୍, ଡିଲୋଏଟ୍, ଆଇବିଏମ୍, ସିଟିଏସ୍, ଇନ୍ଫୋସିସ୍, ୱିପ୍ରୋ, ହାଇରାଡିଅସ୍, ଟିଭିଏସ୍ ମୋଟର୍ସ, ମୁସିଗ୍ମା ଏବଂ ଟାଟା ଷ୍ଟିଲ୍ ଭଳି ଅନେକ ବଡ଼ ବଡ଼ କମ୍ପାନୀରେ ପ୍ଲେସ୍ମେଂଟ ମିଳିଛି । 

କୋଡନେସନ୍ର ଚୟନ ପ୍ରକ୍ରିୟାରେ ଆଇଟିଇଆର୍ର ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରି ବର୍ଷକୁ ୩୧ ଲକ୍ଷ ଟଙ୍କାର ପ୍ୟାକେଜ୍ ପାଇବା ନିମନ୍ତେ ଆଶାୟୀ ଅଟନ୍ତି ବୋଲି ଆଇଟିଇଆର୍ର ଟ୍ରେନିଂ ଏବଂ ପ୍ଲେସ୍ମେଂଟର ମୁଖ୍ୟ ଡ. ସୁଜିତ କୁମାର ଦାସ କହିଛନ୍ତି । ଏହି ପ୍ରଚ୍ଛଦପଟ୍ଟରେ ଡେ-ଜିରୋ କମ୍ପାନୀ ଗୁଡ଼ିକରେ ପାଖାପାଖି ୫୦୦ ଛାତ୍ରଛାତ୍ରୀଙ୍କୁ ଅଗଷ୍ଟ ମାସ ଶେଷ ସୁଦ୍ଧା ଚାକିରି ମିଳିବାର ସମ୍ଭାବନା ରହିଛି ବୋଲି ଡ. ଦାସ କହିଛନ୍ତି । 

   Related Posts