Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଏଏସ୍‌ଓ ପରୀକ୍ଷା ଘୁଞ୍ଚାଇବା ଦାବିରେ ଓପିଏସ୍‌ସି କାର୍ଯ୍ୟାଳୟ ଆଗରେ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ ପ୍ରଦର୍ଶନ

3/01/2019 at 3:42 PM

କଟକ ୦୩I୦୧: ଓଡିଶା ଲୋକ ସେବା ଆୟୋଗର ଚରମ ଉଦାସୀନତା ନେଇ ଆଜି ଓପିଏସସି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ଏଏସ୍ଓ ପରୀକ୍ଷାର୍ଥୀ । ଡିସେମ୍ବର ୨୩ରେ ହେବାକୁ ଥିବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷା ଜାନୁଆରୀ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଥିବାରୁ ଏହାର ପୁଣିଥରେ ପ୍ରତିବାଦ କରିଛନ୍ତି ପରୀକ୍ଷାର୍ଥୀ । ବାରମ୍ବାର ଓପିଏସସି କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ବି ସମ୍ପୃକ୍ତ କର୍ତ୍ତୃପକ୍ଷ ନିଦାବିଷ୍ଣୁ ପାଲଟିଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ । ଛଅ ବର୍ଷ ପରେ ବାହାରିଥିବା ଏଏସଓ ପରୀକ୍ଷା ଚଳିତଥର ନ ଦେଲେ ବୟସ ଅତିକ୍ରମ କରିଯାଉଥିବା ଶତାଧିକ ପରୀକ୍ଷାର୍ଥୀଙ୍କ ଭାଗ୍ୟ ଅନ୍ଧାର ହୋଇଯିବ ବୋଲି ପରୀକ୍ଷାର୍ଥୀ କହିଛନ୍ତି । ସେହି ଗୋଟିଏ ତାରିଖରେ ଅନ୍ୟାନ୍ୟ ପରୀକ୍ଷା ଥିବାରୁ ଜାନୁୟାରୀ ୨୦ ତାରିଖରେ ଏଏସଓ ପରୀକ୍ଷା ନ କରିବାକୁ ପରୀକ୍ଷାର୍ଥୀମାନେ ପୁଣି ଥରେ ଦାବି କରିଛନ୍ତି ।

   Related Posts