ବାରମ୍ବାର ଚାକିରୀ ପାଇବାରେ ବିଫଳ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା ଉଦ୍ୟମ

Published By : Prameya-News7 Bureau | August 27, 2019 IST

ରାଉରକେଲା ୨୭|୮: ଷ୍ଟାଫ୍ ସିଲେକ୍ସନ କମିଶନ ପକ୍ଷରୁ ନିଯୁକ୍ତି ଚାଲିଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପରୀକ୍ଷାର୍ଥୀ । ରାଉରକେଲାରେ ଚାଲିଥିଲା ପାରା ମିଲିଟାରୀ ଫୋର୍ସ କନେଷ୍ଟବଳ ନିଯୁକ୍ତି ପାଇଁ ଶାରୀରିକ ଚୟନ ପ୍ରକ୍ରିୟା । ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ବଲାଙ୍ଗିରର ଅରବିନ୍ଦ ପୁଟେଲ । ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି । ବାରମ୍ବାର ନିଯୁକ୍ତି ଚୟନରେ ବିଫଳ ହେବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି ।

{"id":149626}

ସୂଚନାଯୋଗ୍ୟ ଯେ, ଷ୍ଟାଫ୍ ସିଲେକ୍ସନ କମିଶନ ପକ୍ଷରୁ ପାରା ମିଲିଟାରୀ ଫୋର୍ସ କନେଷ୍ଟବଳ ପଦ ପାଇଁ ଶାରୀରିକ ଚୟନ ପ୍ରକ୍ରିୟା ଚାଲିଥିବା ବେଳେ ଇଲେକ୍ଟ୍ରି ଖୁଣ୍ଟରେ ଚଢି ଯାଇଥିଲେ ଅରବିନ୍ଦ । ଇଲେକ୍ଟ୍ରି ତାର ଛୁଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ସମୟରେ ଇଲେକ୍ଟ୍ରି ଆଘାତରେ ଖୁଣ୍ଟରୁ ଗଳି ପଡିଲେ ଅରବିନ୍ଦ । ପାରା ମିଲିଟାରୀ ଫୋର୍ସର କନେଷ୍ଟବଳ ପାଇଁ ରାଉରକେଲା ଏରୋଡ୍ରମ୍ ପଡ଼ିଆରେ ଚାଲିଛି ନିଯୁକ୍ତି ଚୟନ । ବାରମ୍ବାର ନିଯୁକ୍ତି ଚୟନରେ ବିଫଳ ହେବାରୁ ଏମିତି ଚରମ ପଦକ୍ଷେପ ନେଇଥିବାର ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.