Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଉତ୍କଳ ବିଶ୍ୱବିଦ୍ୟାଳୟରେ ନୂଆ ପରୀକ୍ଷା କେନ୍ଦ୍ରର ଶିଳାନ୍ୟାସ, ଏକାସଙ୍ଗେ ପରୀକ୍ଷା ଦେଇପାରିବେ ୩୦୦ ଛାତ୍ରଛାତ୍ରୀ

12/01/2021 at 10:27 AM

ଭୁବନେଶ୍ୱର୧୨/୦୧: ଉତ୍କଳ ବିଶ୍ୱବିଦ୍ୟାଳୟରେ ନିର୍ମାଣ ହେବ ନୂଆ ପରୀକ୍ଷା କେନ୍ଦ୍ର । ଏଠାରେ ଏକାଥରକେ ୩୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ପ୍ରାୟ ୨୬ ହଜାର ବର୍ଗଫୁଟରେ ପରୀକ୍ଷା କେନ୍ଦ୍ରକୁ ନିର୍ମାଣ କରାଯିବ। ସୋମବାର ବିଶ୍ୱବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ ପରୀକ୍ଷା କେନ୍ଦ୍ରର ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରିଥିଲେ । ଆହୁରି ମଧ୍ୟ ବିଶ୍ୱବିଦ୍ୟାଳୟର କୁଳସଚିବ ଅଭୟ କୁମାର ନାୟକ ଓ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଏହି ପରୀକ୍ଷା କେନ୍ଦ୍ର ପାଇଁ ମୋଟ୍ ୪ କୋଟି ୫୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ୱାଲର୍ଡ ବ୍ୟାଙ୍କ ଗ୍ରାଣ୍ଟ ଯୋଗେ ନିର୍ମାଣ ହେବାକୁ ଯାଉଥିବା ଏହି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଦାୟିତ୍ୱ ଓଡ଼ିଶା ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନ୍‌ ନେଇଛି । କେନ୍ଦ୍ରକୁ ଠିକ୍‌ ସମୟସୀମା ମଧ୍ୟରେ ପୂରା କରିବାକୁ କୁଳପତି ନିର୍ଦ୍ଦେଶ ଦେଇଛନ୍ତି ।

କୁଳସଚିବ କହିଛନ୍ତି ଯେ, ଯେଉଁ ସମୟରେ ପରୀକ୍ଷା ନଥିବ ସେହି ସମୟରେ ଏହି କେନ୍ଦ୍ରକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୋଲିସ ହାଉସିଂ କର୍ପୋରେସନ୍‌ ଜଏଣ୍ଟ ମ୍ୟାନେଜର ଅବେଶ କୁମାର ମହାନ୍ତି, ଡେପୁଟି ମ୍ୟାନେଜର ସୁନୀଲ କୁମାର ରାୟ ଓ ଆସିଷ୍ଟାଣ୍ଟ ମ୍ୟାନେଜର ଆଶିଷ ରାୟ ଆଦି ଉପସ୍ଥିତ ଥିଲେ ।

   Related Posts