ଅଶ୍ଲୀଳ ଭିଡିଓ କରି ଜ୍ୱେଲରଙ୍କୁ ମାଗୁଥିଲେ ୫୦ କୋଟି ଟଙ୍କା, ଏନସିପି ନେତା ଗିରଫ

Published By : Prameya-News7 Bureau | March 23, 2020 IST

ପୁଣେ:  ଜଣେ ବଡ ଜ୍ୱେଲରଙ୍କ ପତ୍ନୀଙ୍କ ଭିଡିଓ ଭାଇରାଲ କରିଦେବାର ଧମକ୍ ଦେଇ ୫୦ କୋଟି ଟଙ୍କା ମାଗୁଥିବା ଏନସିପି ନେତାଙ୍କୁ ପୋଲିସ ଗିରଫ କରିଛି। ଗିରଫ ନେତା ମଙ୍ଗଲଦାସ୍ ବନ୍ଦଲ ବୋଲି ଜଣାପଡିଛି। ସେ ପୁଣେ ଏନସିପିର ଉପାଧ୍ୟକ୍ଷ ଥିଲେ। ତେବେ ତାଙ୍କ ଅପରାଧୀକ ଗତିବିଧି ସମ୍ପର୍କରେ ଜଣାପଡିବା ପରେ ମାର୍ଚ୍ଚ ୧୪ ତାରିଖ ଦିନ ପାର୍ଟିରୁ ବହିଷ୍କାର କରାଯାଇଥିବା ଜଣାପଡିଛି।

ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ବନ୍ଦେଲଙ୍କ ସମେତ ମୋଟ ୪ ଜଣଙ୍କୁ ଗିରଫ କରିଛି। ଅନ୍ୟ ୩ ଜଣ ହେଉଛନ୍ତି ଆଶିଷ ପାୱାର, ରମେଶ ପାୱାର ଓ ରୂପେଶ ଚୌଧୁରୀ। ଏମାନଙ୍କ ମଧ୍ୟକୁ ଆଶିଷ ଜ୍ୱେଲରଙ୍କ ବଡିଗାର୍ଡ ଥିବା ବେଳେ ରୂପେଶ ଓ ରମେଶ ତାଙ୍କ ଘରେ କାମ କରନ୍ତି। ତେବେ ୩ ଜଣ ମିଶି ଜ୍ୱେଲରଙ୍କ ଠାରୁ ମୋଟା ରକମର ଅସୁଲି ଲାଗି ଯୋଜନା କରିଥିବା ବେଳେ କୌଣସି ପ୍ରକାର ତାଙ୍କ ପତ୍ନୀଙ୍କର ଏକ ମୋବାଇଲ ଭିଡିଓ କରିଥିଲେ।

ଏହି ଭିଡିଓକୁ ସେମାନେ ବନ୍ଦେଲକୁ ଦେଇ ୫୦ କୋଟି ଟଙ୍କା ଦାବି କରିଥିଲେ। ତେବେ ବନ୍ଦେଲଙ୍କର ଆଗରୁ ମଧ୍ୟ ଅପରାଧିକ ଗତିବିଧି ନେଇ ପୋଲିସ ରେକର୍ଡ ରହିଛି। ତେବେ ଏଥର ଭିଡିଓ ଭାଇରାଲ କରିଦେବାକୁ କହି ବ୍ୟାବସାୟୀଙ୍କୁ ବ୍ଲାକମେଲ କରିବା ସେମାନଙ୍କ ଲାଗି ମହଙ୍ଗା ପଡିଛି। ପୋଲିସ ବନ୍ଦେଲ ଓ ତାଙ୍କ ସହଯୋଗୀଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ସେମାନଙ୍କୁ ପୋଲିସ ରିମାଣ୍ଡରେ ପଠାଯାଇଥିବା ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.