Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ଉନ୍ନାଓ କାଣ୍ଡ: ଦୁଷ୍କର୍ମ ପରେ ଏବେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେଲା ସେନଗାର

4/03/2020 at 12:45 PM

ନୂଆଦିଲ୍ଲୀ ୪।୩: ଉନ୍ନାଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ବିଧାୟକ କୂଲଦୀପ ସେନଗାର ପୀଡିତାର ପିତାଙ୍କ ହାଜତ ମୃତ୍ୟୁ ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦିଲ୍ଲୀର ତିଶହଜାରୀ କୋର୍ଟ ବୁଧବାର ମାମଲାରେ ସେନେଗାର ସମେତ ମୋଟ ୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ସାକ୍ଷ ଓ ପ୍ରମାଣ ଅଭାବରୁ କୋର୍ଟ ୪ ଜଣଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଦେଇଛନ୍ତି।

ସେନେଗାରକୁ ଭାରତୀୟ ଦଣ୍ଡିବିଧି ଆଇନର ଧାରା ୧୨୦(ବି)ରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ପୀଡିତାଙ୍କ ପିତାଙ୍କୁ ହତ୍ୟା କରିବା ସେନଗାରର ଉଦ୍ଦେଶ୍ୟ ନଥିଲା। ତେବେ ତାଙ୍କୁ ନିର୍ଦୟ ଭାବେ ମାଡ ମରାଯାଇଥିବାରୁ ହାଜତରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କୋର୍ଟ କହିଛନ୍ତି । ମାମଲାରେ କୋର୍ଟ ମାର୍ଚ୍ଚ ୧୨ ତାରିଖଦିନ ଦୋଷୀମାନଙ୍କ ଦଣ୍ଡ ଘୋଷଣା କରିବେ।

ମାମଲାରେ କୋର୍ଟ କନଷ୍ଟେବଳ ଅମୀର ଖାନକୁ ନିର୍ଦୋଷରେ ମୁକ୍ତ କରିଦେଇଛନ୍ତି। ଏହି ମାମଲାରେ ସେନେଗାର ସମେତ ମୋଟ ୧୦ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଥିଲା। ୪ ଜୁନ ୨୦୧୭ରରେ ପୀଡିତା ତତ୍କାଳୀନ ବିଜେପି ବିଧାୟକ କୂଲଦୀପ ସେନଗାର ବିରୋଧରେ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏହି ମାମଲାରେ ସେନଗାର ପ୍ରଥମରୁ ହିଁ ଦୋଷୀ ସାବ୍ୟସ୍ତ ହୋଇଛି। ଆଇପିସିର  ଧାରା ୧୨୦(ବି), ୩୬୩ ଓ ୩୬୬ରେ ସେନଗାରକୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ମଧ୍ୟ କରିଛନ୍ତି।

   Related Posts