Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ୟୁପିରେ ବସପା ସରକାରର ମନ୍ତ୍ରୀ ନେଇଛନ୍ତି BPL ରାସନ, ଘଟଣା ଜଣାପଡିବା ଚାଲିଛି ଘଣ୍ଟାଚକଟା

10/11/2021 at 4:08 PM

ମିରଟ ୧୦।୧୧:  ଉତ୍ତରପ୍ରଦେଶରେ ମାୟାବତୀଙ୍କ ସରକାରର ମନ୍ତ୍ରୀ ବିପିଏଲ କାର୍ଡରେ ରାସନ ନେଉଥିବାର ଜଣାପଡିଛି। କୋଟି କୋଟି ଟଙ୍କାର ମାଲିକ ଓ ରାଜ୍ୟରେ ମନ୍ତ୍ରୀ ରହି ସାରିଥିବା ୟୋଗେନ୍ଦ୍ର ଜାଟବଙ୍କ ନାମରେ ଜାରି ଏହି କାର୍ଡରେ ଗତ ୨୦୨୦ ମସିହାରୁ ରାସନ ମିଳିଚାଲିଛି। ଯେଉଁଥିରେ ତାଙ୍କୁ ମାସିକ ୧୦ କେଜି ଚାଉଳ ଓ ୧୫ କେଜି ଗହମ ନିୟମିତ ଦିଆଯାଇଥିବାର ସରକାରୀ ରେକର୍ଡ ବି ରହିଛି। ତେବେ ମାମଲା ଚର୍ଚ୍ଚାକୁ ଆସିବା ପରେ କେହି ହୁଏତ ତାଙ୍କ ନାମରେ କାର୍ଡ କରିଥିବା ବୋଲି ପୂର୍ବତନ ମନ୍ତ୍ରୀ କହୁଥିବା ବେଳେ ଘଟଣାକୁ ଚପାଇ ଦେବାକୁ ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯାଉଥିବାର ଅଭିଯୋଗ ହେଉଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବଙ୍କୁ ଯୋଗାଇ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ରାଜ୍ୟରେ ଆଉ ୪ ମାସ ସମ୍ପ୍ରସାରଣ କରିଛନ୍ତି। ଏଥିରେ ବସପା ମନ୍ତ୍ରୀଙ୍କ ବିପିଏଲ କାର୍ଡ ମାମଲା ନୂଆ ରାଜନୈତିକ ପ୍ରସଙ୍ଗ ପାଲଟିଛି। ଯୋଗାଣ ବିଭାଗ ରେକର୍ଡ ଅନୁସାରେ ବସପା ସରକାରରେ ମନ୍ତ୍ରୀ ୟୋଗେନ୍ଦ୍ର ଜାଟବଙ୍କ ନାମରେ ବଗବତପୁରା ଠିକଣାରେ ଜାରି ହୋଇଥିବା ଏହି ରାସନ କାର୍ଡର ନମ୍ବର ହେଉଛି ୧୧୩୮୪୦୮୪୬୩୭୯। କାର୍ଡ ଜାରି ହେବା ପରଠାରୁ ମନ୍ତ୍ରୀ ଏଥିରେ ରେସନ ନେଇ ଚାଲିଛନ୍ତି।

କାର୍ଡରେ ତାଙ୍କ ପତ୍ନୀ କିରଣା ଦେବୀ, ପୁଅ ନମନ ଜାଟବ, ରବି କୁମାର ଜାଟବ ଓ ଝିଅ ଅଞ୍ଜଳି ଜାଟବଙ୍କ ନାମ ବି ଉଲ୍ଲେଖ ରହିଛି। ସେହି ଅନୁସାରେ କାର୍ଡରେ ମୁଣ୍ଡ ପିଛା ଚାଉଳ ଓ ଗହମ ମଧ୍ୟ ଉଠାଯାଇଛି। ଗତ ୧୬ ମେ ୨୦୨୧ ରୁ କାର୍ଡରେ ରାସନ ଉଠା ଚାଲିଛି। ଏଥିରେ ୩୧ ଅକ୍ଟୋବରରେ ଶେଷ ଥର ରାସନ ଦିଆଯାଇଥିବାର ଶ୍ୟାମନଗର ଡିଲର ସୁନୀତା ଗୁପ୍ତାଙ୍କ ରେକର୍ଡରୁ ଜଣାପଡିଛି।

ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁସାରେ ଖାଦ୍ୟ ସୁରକ୍ଷା କାର୍ଡ କେବଳ ସେହିମାନଙ୍କ ଲାଗି ଉଦ୍ଧିଷ୍ଟ ଯେଉଁମାନେ ଅତ୍ୟନ୍ତ ଗରିବ। ଏଥିଲାଗି ଯେଉଁ ପାତ୍ରତା ନିୟମ ରହିଛି ସେଥିରେ କାର୍ଡଧାରୀଙ୍କ ପକ୍କା ଘର, ଲାଇସେନ୍ସ ହତିଆର, ଦୁଇ ଅଥବା ଚାରି ଚକିଆ ଯାନ ନଥିବ କେବଳ ସେହିମାନେ ହିଁ କାର୍ଡ ନେଇପାରିବେ ବୋଲି ଦେଶରେ କଡାକଡି ନିୟମ ରହିଛି। ତେବେ ଜାଟବ କିପରି କାର୍ଡ ହାସଲ କଲେ ସେ ନେଇ ଏବେ ଖୋଳାତଡା ଆରମ୍ଭ ହୋଇଛି।

ତେବେ ତାଙ୍କ ନାମରେ କେହି ହୁଏତ କାର୍ଡ କରି ରାସନ ଉଠାଇ ଥାଇପାରେ ବୋଲି ଜାଟବ ସନ୍ଦେହ ପ୍ରକାଶ କରିଛନ୍ତି। ସେ କାର୍ଡ ଲାଗି କେବେ ଆବେଦନ କରି ନାହାନ୍ତି କି କାର୍ଡ ସଂଗ୍ରହ ବି କରି ନାହାନ୍ତି। ତେବେ ତାଙ୍କ ନାମରେ କାର୍ଡ ହେଲା କିପରି ସେ ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି। କାର୍ଡ ଜାରି ହେବା ଠିକ ଅଛି ହେଲେ ନିୟମିତ ରାସନ ବି ଉଠା ଯାଇଛି ଯାହା ଅପରାଧ ବୋଲି ଜାଟବ କହିଥିବା ବେଳେ ମାମଲାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

ତେବେ ସରକାରୀ ରାସନ ଯୋଜନା ଧନୀକଙ୍କ ଲାଗି ନୁହେଁ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ରାଘବେନ୍ଦ୍ର ସିଂହ କହିଛନ୍ତି। ଯଦି ମନ୍ତ୍ରୀଙ୍କ ପରିବାର ବିପିଏଲ ରାସନ କାର୍ଡ କରିଛନ୍ତି ତାକୁ ଯାଞ୍ଚ କରି ବନ୍ଦ କରାଯିବ। ସେହିପରି ରାସନ ଅଙ୍ଗୁଳି ଚିହ୍ନ କରି ଦିଆଯାଉଛି। ଏଣୁ ଯାଞ୍ଚ ହେଲେ ସବୁ ଘଟଣା ସ୍ପଷ୍ଟ ହୋଇଯିବ ବୋଲି ରାଘବେନ୍ଦ୍ର ସିଂହ କହିଛନ୍ତି।

   Related Posts