Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଗଙ୍ଗା ପ୍ରବାସରେ ଉମା ଭାରତୀ, ପାଦରେ ଚାଲି ଓ ଡୋଲିରେ ବସି ଜାଣନ୍ତୁ ପହଞ୍ଚିଲେଣି କେଉଁଠି

21/10/2019 at 5:57 PM

ଉତ୍ତରାଖଣ୍ଡ : ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଶ୍ରୀ ଉମାଭାରତୀ ଏବେ ଗଙ୍ଗା ପ୍ରବାସ କରୁଛନ୍ତି। ଗତ ଅକ୍ଟୋବର ୧୯ ତାରିଖ ଦିନ ସେ ଗଙ୍ଗୋତ୍ରୀରୁ ତାଙ୍କର ପଦଯାତ୍ରା ଆରମ୍ଭ କରିଥିଲେ। ଏବେ ଉତ୍ତରାଖଣ୍ଡରେ ପହଞ୍ଚିଲେଗଣି। ଏହି ପ୍ରବାସ କାଳର ଅନୁଭୂତିକୁ ଉମା ଟ୍ୱିଟ୍ ଯୋଗେ ସୂଚିତ କରୁଛନ୍ତି। ପଦଯାତ୍ରାର ୨ ଦିନ ମୋବାଇଲ ନେଟୱାର୍କ ନ ମିଳିବା ଯୋଗୁ ସେ ବାହ୍ୟ ଜଗତରୁ ବିଛିନ୍ନ ଥିଲେ। ତେବେ ପୁଣି ନେଟୱାର୍କ କ୍ଷେତ୍ରରେ ପହଞ୍ଚିବା ପରେ ତାଙ୍କର ଯୋଗାଯୋଗ କାୟମ କରିଛନ୍ତି।

ଉମା ଭାରତୀ ତାଙ୍କ ଟ୍ୱିଟ୍ ବାର୍ତ୍ତାରେ ଉତ୍ତରାଖଣ୍ଡର ଲୋକେ ଖବର କାଗଜ ଅଧିକ ପଢୁଥିବା ଲେଖିଛନ୍ତି। ଏଣୁ ସେ ଉତ୍ତରାଖଣ୍ଡରେ ପହଞ୍ଚିବା ପୂର୍ବରୁ ଲୋକେ ତାଙ୍କ ସ୍ୱାଗତ ଲାଗି ପ୍ରସ୍ତୁତି କରିସାରିଥିଲେ ବୋଲି ଉଲ୍ଲେଖ କରିଛନ୍ତି। ଯାତ୍ରାକାଳରେ ଲୋକେ ତାଙ୍କୁ ଚା ପିଇବାକୁ ଆମନ୍ତ୍ରଣ କରୁଥିବା ଟ୍ୱିଟ୍ ରେ ଉଲ୍ଲେଖ  କରିଛନ୍ତି ଉମା। ତେବେ ତାଙ୍କ ପଦଯାତ୍ରା ଖବର ପ୍ରଚାରିତ ହେବା ପରେ ତାଙ୍କ ସହ ଏହି ଯାତ୍ରାରେ ସାମିଲ ହେବାଲାଗି ଏବେ ଅନେକ ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି।  ହେଲେ ନିଜ ସହ ଯେତିକି ଲୋକଙ୍କୁ ନେଇ ଯାଇଛନ୍ତି ସେମାନଙ୍କ ଲାଗି ବ୍ୟବସ୍ଥା କରିବା ଏବେ ସମ୍ଭବ ହେଉନଥିବାରୁ ଅନ୍ୟମାନଙ୍କୁ ଏଥିରୁ ନିବୃତ୍ତ ରହିବାକୁ ଉମା ନିବେଦନ କରିଛନ୍ତି। ତେବେ ଭୟା ଦୂଜ ପରେ ଦେବପ୍ରୟାଗ ପାରି ହେଲେ ଏ ନେଇ ସେ ଜଣାଇବେ ବୋଲି ଉଲ୍ଲେଖ କରିଛନ୍ତି।

ଉମାଙ୍କ ସହ ତାଙ୍କ ସୁରକ୍ଷା କର୍ମୀ, ସହଯୋଗୀ, ଡୋଲି ବହନ କରିବା ଲୋକେ ଆଦି ୧୦ ଜଣ ଯାତ୍ରା କରୁଛନ୍ତି। ସେମାନେ ପାଦରେ ଚାଲିଚାଲି ଏବେ ୬୦ କିଲୋମିଟର ଦୂର ପାର ହୋଇଛନ୍ତି। ଗଙ୍ଗା ପ୍ରବାସ ନେଇ ଉମା ପୂର୍ବରୁ ସୂଚିତ କରିଥିଲେ। ଏଥିଲାଗି ଗତ ସାଧାରଣ ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱୀତା ମଧ୍ୟ କରିନଥିଲେ। ତେବେ ତାଙ୍କରଏହି ପଦଯାତ୍ରା ବେଶ ସୁଖଦ ବୋଲି ଉମା ଭାରତୀ ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି ।

   Related Posts