ଜେଲରେ ଚିଦାମ୍ବରମ ଏବେ ୧୪୪୯ ନମ୍ବର କୈଦୀ, ଗରମ ଓ ଦୁର୍ଗନ୍ଧରେ ହଜିଯାଇଛି ପୂର୍ବ ଅର୍ଥମନ୍ତ୍ରୀଙ୍କ ନିଦ

Published By : Prameya-News7 Bureau | September 09, 2019 IST

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ଏବେ ତିହାର ଜେଲରେ ବିଚାରାଧୀନ ବନ୍ଦୀ ଅଛନ୍ତି। ଏଠାରେ ସେ ୧୪ ଦିନ ରହିବେ । ହେଲେ ଜେଲ ପରିବେଶରେ ଚିଦାମ୍ବରମ ଦିନ କେଇଟାରେ ନାକେଦମ ହୋଇଗଲେଣି। ହେଲେ ସେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଏପର୍ଯ୍ୟନ୍ତ କାହା ନିକଟରେ ଅଭିଯୋଗ କରିନାହାନ୍ତି। ତେବେ ରୁଟି ଡାଲି ବଦଳେ ତିହାରର ଭାତ ତରକାରୀ ତାଙ୍କୁ ବେଶ୍ ଭଲ ଲାଗୁଥିବା ଜଣାପଡିଛି।

{"id":155275,"width":584,"height":327}

ମିଡିଆ ରିପୋର୍ଟସ ଅନୁସାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ  ଚିଦାମ୍ବରମ ତିହାରର ଜେଲ ନମ୍ବର ୭ରେ ଏବେ ଅବସ୍ଥାନ କରୁଛନ୍ତି। ତାଙ୍କ ନମ୍ବର ୧୪୪୯ ହୋଇଥିବା ବେଳେ ସେ ଜଲ ଭିତରୁ ରହି ରହି ଆସୁଥିବା ଦୁର୍ଗନ୍ଧ ଓ ଗରମ ଯୋଗୁ ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି। ତେବେ ଏ ନେଇ ଚିଦାମ୍ବରମ ଏପର୍ଯ୍ୟନ୍ତ ଜେଲ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିନାହାନ୍ତି। କୁହାଯାଉଛି ଜେଲର କ୍ଷମତା ଠାରୁ ଅଧିକ ବନ୍ଦୀଙ୍କ ଅବସ୍ଥାନ ଯୋଗୁ କେବଳ ୭ ନମ୍ବର ନୁହେଁ ଅନ୍ୟ ଜେଲମାନଙ୍କରେ ବି ଏବେ ଏକାଭଳି ପରିସ୍ଥିତି ।

{"id":155277,"width":582,"height":322}

ଜେଲରେ ଚିଦାମ୍ବରମଙ୍କୁ ଏକ ସ୍ୱତନ୍ତ୍ର କକ୍ଷ ଦିଆଯାଇଛି। ଏଠାରେ ପଡିଥିବା କାଠ ଖଟରେ ତାଙ୍କର ରାତି କଟୁଛି। ବେଶ ସକାଳୁ ଉଠୁଥିବା ଚିଦମ୍ବରମ ତାଙ୍କ କକ୍ଷକୁ ଲାଗିଥିବା ଫାଙ୍କା ସ୍ଥାନରେ ଟହଲୁଛନ୍ତି। ଚିଦାମ୍ବରମ ଧର୍ମ ପୁସ୍ତକ ଓ ପେପର ପଢି ସକାଳଟି କଟାଇଦେଉଛନ୍ତି। ତେବେ ଗତ ବୁଧବାର ଜେଲଆସିବା ଦିନ ରାତିରେ ଭଲଭାବେ ସେ ନିଦ ଶୋଇ ପାରିନଥିବା ଜଣାପଡିଛି। ହେଲେ ଏବେ ଧିରେ ଧିରେ ଚିଦମ୍ବରମ ନିଜକୁ ଜେଲ ସହ ଚଳେଇଲେଣି।  ତାଙ୍କ ପୁଅ କିର୍ତ୍ତି ତାଙ୍କୁ ଥରେ ଆସି ଜେଲରେ ଭେଟିଥିଲେ।

{"id":155278}

ସକାଳୁ ଉଠି ବୁଲଚାଲ ହେବା ପରେ ଚିଦାମ୍ବରମ ଦଲିଆ ଓ ଚା ପିଇ ଦିନ ଆରମ୍ଭ କରୁଛନ୍ତି। ଗତ ଶୁକ୍ରବାର ଜନୈକ ବରିଷ୍ଠ କଂଗ୍ରେସ ନେତାଙ୍କ ପୁଅ ଚିଦାମ୍ବରମଙ୍କୁ ଜେଲ ଭେଟିବାକୁ ଆସିଥିଲେ। ତାଙ୍କ ଓକିଲ ମଧ୍ୟ ମଝିରେ ମଝିରେ ଆସି ତାଙ୍କୁ ଜେଲରେ ଭେଟୁଛନ୍ତି। ସାଧାରଣ ବିଚାରାଧୀନ ବନ୍ଦୀଙ୍କ ଭଳି ଚିଦାମ୍ବରମ ଜେଲରେ ରହୁଛନ୍ତି। ଜେଲରେ ସମସ୍ତଙ୍କୁ ଯାହା ମିଳୁଛି ଚିଦାମ୍ବରମଙ୍କୁ ବି ସେଇଆ ମିଳୁଛି। ହେଲେ ସେଥିରେ ତାଙ୍କର ଚଳିଯାଉଛି। ଯେଉଁ ଜେଲର ଚିଦାମ୍ବରମ ରହୁଛନ୍ତି ସେଇଟିକୁ କେବଳ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟଙ୍କ ଦ୍ୱାରା ଆର୍ଥିକ ଅପରାଧ ଲାଗି ଗିରଫ ହେଉଥିବା ବନ୍ଦୀଙ୍କ ଲାଗି ବ୍ୟବହାର କରାଯାଉଛି।

{"id":155279,"width":577,"height":324}

ନ୍ୟାୟାଳୟଙ୍କ ଆଦେଶାନୁସାରେ ଚିଦାମ୍ବରମଙ୍କୁ ଜେଲରେ ସ୍ୱତନ୍ତ୍ର ପ୍ରକୋଷ୍ଠ ଦିଆଯାଇଛି। ଏଥିରେ ୱେଷ୍ଟର୍ଣ୍ଣ ଶୌଚାଳୟ ଥିବା ବେଳେ ତାଙ୍କ ଲାଗି ଜେଲର ଲାଇବ୍ରେରୀ ପର୍ଯ୍ୟନ୍ତ ଯିବାରେ କୌଣସି ଅସୁବିଧା ନଥିବା ଜନୈକ ଜେଲ ଅଧିକାରୀ କହିଛନ୍ତି। ସେ ଚାହିଁଲେ ଏକ ନିର୍ଦ୍ଧିଷ୍ଠ ସମୟ ପର୍ୟ୍ୟନ୍ତ ଟିଭି ବି ଦେଖିପାରିବେ। ଆସନ୍ତା ୧୬ ତାରିଖରେ ଚିଦାମ୍ବରମଙ୍କ ଜନ୍ମ ଦିନ। ସେ ୭୪ ବର୍ଷର ହୋଇଯିବେ। ତେବେ ଚଳିତ ଜନ୍ମଦିବସକୁ ସେ ଜେଲରେ କାଟିବେ। ଆଇଏନଏକ୍ସ ମିଡିଆ ମାମଲାରେ ଗତବର୍ଷ ଚିଦାମ୍ବରମଙ୍କ ପୁଅ କିର୍ତ୍ତି ଏଠାରେ ୧୨ ଦିନ ପର୍ଯ୍ୟନ୍ତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.