Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଡିଡିସିଏରୁ ଗୌତମ ଗମ୍ଭୀରଙ୍କ ଇସ୍ତଫା, ଜାଣନ୍ତୁ କହିଛନ୍ତି କ’ଣ

18/10/2019 at 4:57 PM

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟ ଟିମର ପୂର୍ବତନ ବ୍ୟାଟସମ୍ୟାନ୍ ଗୌତମ ଗମ୍ଭୀର ଦିଲ୍ଲୀ ଜିଲ୍ଲା ଏବଂ ରାଜ୍ୟ କ୍ରିକେଟ ସଂଘ (ଡିଡିସିଏ)ର ନିର୍ଦ୍ଦେଶ ପଦରୁ ତାଙ୍କର ଇସ୍ତଫା ଘୋଷଣା କରିଛନ୍ତି। କ୍ରିକେଟ ଆସୋସିଏସନର ନିର୍ଦ୍ଦେଶକ ଭାବେ ସେ ଡିଡିସିଏ ଲାଗି ଯାହା କରିବାକୁ ଚାହୁଁଥିଲେ ତାହା କରିପାରୁନଥିଲେ। ଖେଳାଳିଙ୍କ ଲାଗି ସେ କିଛି ପରିବର୍ତ୍ତନ ଚାହୁଁଥିଲେ। ହେଲେ ଡିଡିସିଏରେ ହେଉଥିବା ନିଷ୍ପତ୍ତି ତାଙ୍କୁ ପସନ୍ଦ ହେଉନଥିଲା। ଏଣୁ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଥିବା କହିଛନ୍ତି।

ସୂଚନା ଯୋଗ୍ୟ ଯେ ଡିଡିସିଏରେ ସରକାରଙ୍କ ପକ୍ଷରୁ ଦିଲ୍ଲୀର ୩ ଜଣଙ୍କୁ ନିର୍ଦ୍ଦେଶକ ଅବସ୍ଥାପିତ କରାଯାଇଥାଏ। ଏମାନଙ୍କ ମଧ୍ୟରେ ଗୌତମ ଗମ୍ଭୀର ଅନ୍ୟତମ ଥିଲେ। ସେ ନିର୍ଦ୍ଦେଶକ ଥିବା ବେଳେ ଅନେକ ପ୍ରସ୍ତାବ ଦେଇଥିଲେ। ତାଙ୍କର କିଛି ପ୍ରସ୍ତାବ ଗ୍ରହଣୀୟ ହୋଇଥିଲା। ତେବେ ପରେ ସେ ଗୁଡିକୁ ଲାଗୁ କରାଯାଇନଥିଲା ବୋଲି ଗମ୍ଭୀର କହିଛନ୍ତି। ଏହା ଛଡା ସେ ଏବେ ସାଂସଦ ଥିବା ଯୋଗୁ ତାଙ୍କର କାମ ଢେର ବଢିଯାଇଛି। ଏଣୁ ଡିଡିସିଏ ଲାଗି ସମୟ କାଢିବା ତାଙ୍କ ପକ୍ଷେ ସମ୍ଭବ ହୋଇପାରୁନାହିଁ। ଏଣୁ ସେ ପଦବୀ ଛାଡୁଥିବା କହିଛନ୍ତି।

ଗମ୍ଭୀର କହିଛନ୍ତି ଯେ ଡିଡିସିଏର ଖେଳାଳିଙ୍କୁ ମେଡିକାଲ ସୁବିଧା ସମେତ ଭଲ ଖାଦ୍ୟ ବି ଦିଆଯାଉ ବୋଲି ସେ ଚାହୁଁଥିଲେ। ଅତୀତରେ  ସେହେୱାଗ ଓ  ସେ ଖେଳୁଥିବା ବେଳେ ଅନେକ ବାର ଖାଦ୍ୟରୁ ଗୋଡି ଓ ପିନ୍ ବାହାର କରିଥିବା କହିଥିଲେ। ଏଣୁ ବ୍ୟବସ୍ଥାର ସେ ସୁଧାର ସାଙ୍ଗକୁ ଖେଳାଳିଙ୍କ ଦୈନିକ ଭତ୍ତା ବୃଦ୍ଧି ଚାହୁଁଥିଲେ ବୋଲି କହିଛନ୍ତି। ତେବେ ଗମ୍ଭୀର ତାଙ୍କ ଇସ୍ତଫା ପତ୍ରକୁ କେନ୍ଦ୍ର କ୍ରିଡାମନ୍ତ୍ରୀ କିରଣ ରିଜ୍ଜୁଙ୍କ ନିକଟକୁ ପଠାଇଦେଇଥିବା କହିଛନ୍ତି। ହେଲେ ଗମ୍ଭୀରଙ୍କ ଇସ୍ତଫା ପ୍ରସଙ୍ଗରେ ଡିଡିସିଏ କିନ୍ତୁ ଏପର୍ଯ୍ୟନ୍ତ ନୀରବ ଅଛନ୍ତି।  

   Related Posts