ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଦୁଇଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ମାରପିଟ, ପୂର୍ବତନ ଛାତ୍ର ସଂସଦ ସଭାପତି ଆହତ

Published By : Prameya-News7 Bureau | September 20, 2019 IST

ବ୍ରହ୍ମପୁର ୨୦।୯: ଶୁକ୍ରବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଫଳରେ ଗୋଟିଏ ଗୋଷ୍ଠୀ ଛାତ୍ରଙ୍କ ଆକ୍ରମଣରେ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ବୁନୁ ମିଶ୍ର ଆହତ ହୋଇଛନ୍ତି । ବୁନୁଙ୍କୁ ବ୍ରହ୍ମପୁର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

{"id":160335}

ବୁନୁ କୌଣସି ଏକ କାମରେ ବିଶ୍ୱବିଦ୍ୟାଳୟକୁ ଯାଇଥିବାବେଳେ କ୍ୟାଣ୍ଟିନ୍ ନିକଟରେ କେତେକ ଅଣଛାତ୍ର ଓ ଛାତ୍ର ତାଙ୍କୁ ଅଚାନକ ଆକ୍ରମଣ କରିଥିଲେ । ଫଳରେ ବୁନୁଙ୍କ ସମର୍ଥିତ ଗୋଷ୍ଠୀ ସେମାନଙ୍କ ମୁକାବିଲାକୁ ଆସିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡିଥିଲା। ଭଞ୍ଜବିହାର ଫାଣ୍ଡି ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ କରିବା ସହ ଗୋଟିଏ ଗୋଷ୍ଠୀର ୨ ଜଣ ଛାତ୍ରଙ୍କୁ ଅଟକ ରଖିଛି।

{"id":160336,"width":581,"height":423}

ବିଶ୍ୱବିଦ୍ୟାଳୟ ପରିସରକୁ ଅଣଛାତ୍ରଙ୍କ ଯାତାୟାତ ଅନେକ ସମୟରେ କ୍ୟାମ୍ପସ ଅଶାନ୍ତିର କାରଣ ପାଲଟୁଛି। ତେବେ ଅଣଛାତ୍ରଙ୍କ ପ୍ରବେଶ ଉପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଖୁବ୍ ଶୀଘ୍ର କଟକଣା ଲଗାଇବେ ବୋଲି କହିଛନ୍ତି। ଉପୁଜିଥିବା ପରିସ୍ଥିତି ଉପରେ କର୍ତ୍ତୃପକ୍ଷ ନଜର ରଖି ଥିବା ବେଳେ ଆଗକୁ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିଲାଗି ମଧ୍ୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.