Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ପୂର୍ବତନ ବିଚାରପତିଙ୍କ ପରାମର୍ଶ, ଦେଶରେ ପ୍ରତି ବର୍ଷ ଲାଗୁ ହେଉ ୧୫ ଦିନ ଲକ୍‌ଡାଉନ୍‌

8/05/2020 at 9:20 PM

ନୂଆଦିଲ୍ଲୀ ୦୮। ୦୫: କରୋନା ଭାଇରସ୍‌ ଦୁନିଆରେ ପ୍ରାୟ ଅଢେଇ ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଲାଣି।  ଏହି ମହାମାରୀର ପ୍ରକୋପକୁ ରୋକିବା ଲାଗି ଭାରତ ସମେତ ଦୁନିଆର ଅନେକ ଦେଶ ଲକ୍‌ଡାଉନ୍‌ରେ ରହିଛି। ଲୋକେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ଏହି ସବୁ ମଧ୍ୟ ଗୋଟିଏ ବଡ ଫାଇଦା ମଧ୍ୟ ହୋଇଛି। ଜଳ, ବାୟୁ ଓ ପ୍ରାକୃତିକ ପରିବେଶରେ ପ୍ରଦୂଷଣ ମାତ୍ରା ବହୁତ ହ୍ରାସ ଘଟିଛି। ଯେଉଁ ଆକାଶ ସ୍ଵଚ୍ଛ ଦେଖାଯାଉନଥିଲା, ଏବେ ତା ପୂରା ନୀଳ ନୀଳ ଦେଖାଯାଉଛି। ଗଙ୍ଗା ନଦୀର ଜଳ ପିଇବାଯୋଗ୍ୟ ହୋଇ ଯାଇଛି। ଶତାଧିକ କିଲୋମିଟର ଦୂରରୁ ହିମାଳୟ ପାର୍ବତ୍ୟମାଳା ଦେଖା ଯାଉଛି। ତେଣୁ ଅବସରପ୍ରାପ୍ତ ବିଚାରପତି ଦୀପକ ଗୁପ୍ତା କୁହନ୍ତି ଯେ, ସୁପ୍ରିମକୋର୍ଟ ଯେଉଁ କାମ ୩୫ ବର୍ଷରେ କରି ପାରିଲା ନାହିଁ, ସେହି କାମ କୋଭିଡ୍-୧୯ ଗୋଟିଏ ମାସରେ କରି ଦେଖାଇଲା।

ଜଷ୍ଟିସ ଗୁପ୍ତା ସୁପ୍ରିମକୋର୍ଟରେ ପ୍ରାୟ ତିନି ବର୍ଷ ବିଚାରପତି ରହିବା ପରେ ବୁଧବାର ଅବସର ନେଇଛନ୍ତି। ସେ କହିଛନ୍ତି, ବାୟୁ ପ୍ରଦୂଷଣ ଓ ଜଳ ପ୍ରଦୂଷଣ ହ୍ରାସ କରିବା ଦିଗରେ ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ରହିଛି। ତେଣୁ ପ୍ରତି ବର୍ଷ ୧୫ ଦିନ ଲାଗି ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯାଉଥିବା ବୋଲି ସେ ପରାମର୍ଶ ଦେଇଛନ୍ତି। ଏଥିରେ ପ୍ରଦୂଷଣ ମାତ୍ରା ନିୟନ୍ତ୍ରଣରେ ରହିବ ବୋଲି କହିଛନ୍ତି।

ଜଷ୍ଟିସ ଦୀପକ ଗୁପ୍ତା କହିଛନ୍ତି, ଲକ୍‌ଡାଉନ୍‌ର ୧୫ ଦିନ ଭିତରେ ବାୟୁ ଓ ଜଳ ପ୍ରଦୂଷଣ ଉପରେ ପ୍ରଭାବ ଦେଖିବାକୁ ମିଳିଥିଲା। ଏହା ପ୍ରମାଣିତ କରୁଛି ଯେ, ଯଦି ଆପଣଙ୍କଠାରେ ଇଚ୍ଛାଶକ୍ତି ରହିଛି, ତେବେ ଆପଣ ଯେ କୌଣସି ବି କାମ କରି ପାରିବେ। ମାତ୍ର ଏମିତି ଅନେକ ଜିନିଷ ରହିଛି, ଯାହା କେବଳ ବିକାଶ ନାମରେ ଜାରି ରହେ। ସରକାର ମଧ୍ୟ ଏମିତି କିଛି ବିକାଶ କାମ ନାମରେ ଆମର ଅନେକ ଆଦେଶ ଟାଳି ଦେଇ ଆସିଛନ୍ତି। ବିଶେଷ କରି ଉଦ୍ୟୋଗ ଧନ୍ଦା ମାମଲାରେ ଏମିତି ସ୍ଥିତି ଉପୁଜିଛି।

ଜଷ୍ଟିସ ଗୁପ୍ତା କହିଛନ୍ତି, ପରିବେଶ ମନ୍ତ୍ରଣାଳୟର କିଛି ମାମଲାରେ ସୁପ୍ରିମକୋର୍ଟଙ୍କ ଆଦେଶର ପାଳନ ହୋଇଥିଲା। ଏମିତି କାମରେ ମନ୍ତ୍ରଣାଳୟ ଓ ଉଦ୍ୟୋଗଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି। ମନ୍ତ୍ରଣାଳୟ ଅନେକ ଉଦ୍ୟୋଗଙ୍କୁ ପରିବେଶ ମଞ୍ଜୁରୀ ପ୍ରଦାନ କରିଥାନ୍ତି। ଏହି କ୍ଷେତ୍ରରେ ସରକାରଙ୍କ ଦୃଢ ଇଚ୍ଛା ଶକ୍ତିର ଅଭାବ ପରିଲଖିତ  ହୁଏ।

   Related Posts