Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରେଢାଖୋଲରେ ପୂର୍ବତନ ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା

27/08/2018 at 11:24 PM

ସମ୍ବଲପୁର ୨୮।୮ : ସମ୍ବଲପୁର ଜିଲ୍ଲା ରେଢାଖୋଲରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରାଯାଇଛି । ନାକଟି ଦେଉଳ ଥାନା ସାଲଭେଟା ଗାଁରେ ପୂର୍ବତନ ସରପଞ୍ଚଙ୍କୁ ଦୁର୍ବୃତ୍ତମାନେ ଟାଙ୍ଗିଆ ଓ ଠେଙ୍ଗାରେ ସଂଘବଦ୍ଧ ଭାବେ ଆକ୍ରମଣ କରିବା ପରେ ହତ୍ୟା କରାଯାଇଛି । ମୃତକ ହେଲେ ସାଲଭେଟା ପଞ୍ଚାୟତର ପୂର୍ବତନ ସରପଞ୍ଚ ପର୍ଶୁରାମ ପ୍ରଧାନ । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରାଜନୈତିକ କାରଣରୁ ଏହି ଆକ୍ରମଣ ହେଇଥିବା ଅନୁମାନ କରାଯାଉଛି । ଆକ୍ରମଣକାରୀଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

   Related Posts