ଜଟଣୀ ନବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା: ମୃତ ନବାଳିକାଙ୍କ ବାପାଙ୍କୁ ମାଡ ମାରିଥିବା ପୂର୍ବତନ ସରପଞ୍ଚ ଗିରଫ, ବିଜେପି ଓ କଂଗ୍ରେସ ଟିମ ଭେଟିଲା ପିଡୀତାଙ୍କ ପରିବାରକୁ

Published By : Prameya-News7 Bureau | April 12, 2019 IST

ଜଟଣୀ୧୨|୪: ଜଟଣୀରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାଘଟଣା ସମ୍ପର୍କରେ ପିଡୀତାଙ୍କ ପରିବାର ଥାନାକୁ ଯାଇଥିବାବେଳେ ତାଙ୍କୁ ମାଡମାରିବା ଅଭିଯୋଗରେ ଜାମୁକୋଳି ଗାଁର ପୂର୍ବତନ ସରପଞ୍ଚ କାର୍ତ୍ତିକ ପରିଡାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେପଟେ ବିଜେପି ଓ କଂଗ୍ରେସର ନେତାମାନେ ମୃତ ନାବାଳିକଙ୍କ ପରିବାରକୁ ଭେଟିଛନ୍ତି । ଜଟଣୀର କଂଗ୍ରେସ ପ୍ରାର୍ଥୀ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ବରେ ମୃତ ପିଡୀତାଙ୍କ ପରିବାରକୁ ଭେଟିବା ସହ ୩୦ ହଜାରଟଙ୍କା ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରିଛନ୍ତି । ସେହିଭଳି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ବିଜେପି ଟିମ ପରିବାରକୁ ଭେଟି ଶାନ୍ତ୍ବନା ପ୍ରଦାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣା ଶୁଣି ମର୍ମାହତ ବୋଲି କହିଛନ୍ତି । ଦୋ,ୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

{"id":102969}

ଏପଟେ ନେତା ଭୋଟ୍‌ ରାଜନୀତିରେ ବ୍ୟସ୍ତ । ସେପଟେ ସହରର ଆଇନଶୃଙ୍ଖଳା କେଉଁ ସ୍ତରକୁ ଗଲାଣି ତା’ ଉପରେ କାହାରି ନିଘା ନାହିଁ । ଭୁବନେଶ୍ବର କମିଶନରେଟ୍‌ ପୋଲିସ ଅଧୀନରେ ଥିବା ଜଟଣୀରେ ୬ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୁଣି ଅଭିଯୁକ୍ତ ଯୁବକ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ଜଣେ କର୍ମୀ ଓ ତା ସହ ସମ୍ପର୍କରେ ନେତାମାନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାତିଛନ୍ତି ସ୍ଥାନୀୟ ଲୋକେ ।

{"id":102961}

ଜଟଣୀରେ ପୁଣି ଫେରିଛି ଆତଙ୍କରାଜ୍‌ । ଭୋଟ୍‌ ରାଜନୀତି ଆଳରେ ପୁଣି ସକ୍ରିୟ ହୋଇଛନ୍ତି ଅପରାଧିକ ମାମଲାରେ ଛନ୍ଦିହୋଇଥିବା କିଛି ନେତା ଓ ତାଙ୍କ ସମର୍ଥକ । ଗଲାକାଲି ସହରର ଛାତି ଉପରେ ଥିବା ମୁଣ୍ଡିଆସାହିରେ ଜଣେ ୬ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା, ଏବେ ଜଟଣୀବାସୀଙ୍କ ମନକୁ ଆନ୍ଦୋଳିତ କରିଛି ।  

{"id":102962}

ଗଲାକାଲି ରାତି ପ୍ରାୟ ୧୦ଟା ସମୟରେ ଛୋଟ ଝିଅଟି ନିଜ ଘର ସାମ୍ନାରେ ଖେଳୁଥିବା ବେଳେ ହଠାତ୍‌ ଗାଏବ୍‌ ହୋଇଯାଇଥିଲା । ପରିବାର ଲୋକ ଚାରିଆଡ଼େ ଖୋଜାଖୋଜି  କରୁଥିବା ବେଳେ ଘର ପାଖର ଜଣେ ଯୁବକଙ୍କ ଘରକୁ ପଚାରିବାକୁ ଯାଇଥିଲେ । ପ୍ରଥମେ କବାଟ ଖୋଲିନଥିଲେ ମଧ୍ୟ ସାହି ପଡ଼ିଶା ଲୋକେ ଜୋର ଜବରଦସ୍ତ ଘର ଭିତରକୁ ପଶିଥିଲେ । ଆଉ ଘର ଭିତରେ ଝିଅର ମୃତଦେହ ପଡ଼ିଥିବାର ଦେଖି ସମସ୍ତଙ୍କ ହୋସ୍‌ ଉଡ଼ିଯାଇଥିଲା ।  ସେପଟେ ଘଟଣାକୁ ନେଇ ଥାନାରେ ଅଭିଯୋଗ କରିବାକୁ ଯାଇଥିବା ବେଳେ ସ୍ଥାନୀୟ ଜାମୁକୋଳି ଗାଁର ପୂର୍ବତନ ସରପଞ୍ଚ କାର୍ତ୍ତିକ ପରିଡା ମୃତ ନାବାଳିକାର ବାପାଙ୍କୁ ନା ନା ଧମକ ଚମକ ଦେବା ସହ ଥାନା ଭିତରେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । କାର୍ତ୍ତିକ ପରିଡାକୁ ଆଜି ସଂଧ୍ୟରେ ଗିରଫ କରାଯାଇଛି ।

{"id":102963}

ଚୋରି ପୁଣି ସିନାଜୋରି । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୀଡ଼ିତାଙ୍କ ବାପାଙ୍କୁ ପୁଣି ଅଭିଯୋଗ ନକରିବାକୁ ଧମକ ଦେଉଛନ୍ତି ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ନେତା ଆଉ କର୍ମୀ । ଏଥିରୁ ଜଟଣୀରେ ଅପରାଧୀଙ୍କ ବହପ କେତେ ବଢ଼ିଛି ତାହା ସ୍ପଷ୍ଟ ହେଉଛି ।ଘଟଣାକୁ ନେଇ ତାତିଛନ୍ତି ସ୍ଥାନୀୟ ଲୋକେ ।ରାସ୍ତାରେ ନିଆଁ ଜଳିଛି । ଅଭିଯୁକ୍ତମାନଙ୍କୁ ଗରିଫ ଦାବିରେ ଥାନା ଘେରାଉ କରିବା ସହ ରାସ୍ତାରୋକ କରିଥିଲେ ଉତ୍ୟକ୍ତ ଲୋକେ ।

{"id":102964}

ଘଟଣାର ଅଭିଯୁକ୍ତ ଜଣକ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ଜଣେ ସଚ୍ଚା କର୍ମୀ ବୋଲି ଜଣାପଡ଼ିଛି । ଆଉ ତାଙ୍କୁ ସୁରକ୍ଷା ଯୋଗାଉଥିବା ନେତାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି ଏମିତି ନେତାଙ୍କ ଛତ୍ରଛାୟା ତଳେ ରହି ଅପରାଧୀମାନେ ବଳ ପାଉଛନ୍ତି ବୋଲି ଅନୁଭବ କରୁଛନ୍ତି ଜଟଣୀବାସୀ ।

{"id":102967}

ଦୀର୍ଘ ଦିନର ଶାନ୍ତି ପରେ ପୁଣି ଜଟଣୀକୁ ଫେରିଛି ଆତଙ୍କ । ଭୋଟ୍‌ ରାଜନୀତି ଆଳରେ ପୁଣି ସକ୍ରିୟ ହୋଇଛନ୍ତି ଅପରାଧିକ ମାମଲାରେ ଜଡ଼ିତ ଥିବା ନେତା ଓ ତାଙ୍କ ସମର୍ଥକ। ପୋଲିସକୁ ହାତବାରିଶି କରି ଏଭଳି ଅପରାଧ ଘଟାଉଥିବା ନେତା ଓ କର୍ମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଲୋକେ ଜବାବ୍‌ ଦେବେ ବୋଲି ଚେତାବନୀ ଦେଇଛନ୍ତି ।

{"id":102970}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.