Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁଶାନ୍ତ ସିଂହଙ୍କୁ ଦାଉଦ୍ ଗ୍ୟାଙ୍ଗ୍ ହତ୍ୟା କରିଛି, ପୂର୍ବତନ RAW ଅଫିସର ରଖିଲେ ତଥ୍ୟ : ଗାର୍ଲଫ୍ରେଣ୍ଡ ରିୟା, ସାଙ୍ଗ ସନ୍ଦୀପ ଓ ଘରୋଇ ସହାୟକଙ୍କୁ ସନ୍ଦେହ

10/07/2020 at 1:35 PM

ମୁମ୍ବାଇ ୧୦/୦୭ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ଏକ ନୂଆ ମୋଡ଼ ଆସିଛି | ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ତାଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡ଼ିଆରେ ନାନା ପ୍ରଶ୍ନ ଉଠିଥିଲା | ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରିଦିଆଯାଇଛି ବୋଲି ସିବିଆଇ ତଦନ୍ତ ଦାବି ହୋଇଥିଲା | ସୋସିଆଲ ମିଡ଼ିଆରେ ସୁଶାନ୍ତ ସିଂହଙ୍କ ନ୍ୟାୟ ଦାବି ଜୋର ଧରିଛି | ବର୍ତ୍ତମାନ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ମୋଡ଼ ଆସିଛି | ପୂର୍ବତନ RAW ଅଧିକାରୀ ଏନ.କେ.ସୁଦ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି | ସେ କହିଛନ୍ତି ଯେ ସୁଶାନ୍ତ ସିଂହ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି |

ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି | ଭିଡିଓ ଆରମ୍ଭରେ ସେ ମୁମ୍ବାଇ ପୋଲିସକୁ ପ୍ରଶ୍ନ କରିଛନ୍ତି ଯେ ସୁଶାନ୍ତଙ୍କ ଘରେ ପହଞ୍ଚିବା କ୍ଷଣି ସେ ଆତ୍ମହତ୍ୟା କରିଥିବା ମୁମ୍ବାଇ ପୋଲିସ କିଭଳି ନିର୍ଣ୍ଣୟ କରିଥିଲା ? ସୁଦ କହିଛନ୍ତି ଯେ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ଏବଂ ତାଙ୍କ ହତ୍ୟା ପଛରେ ଅଣ୍ଡରୱାର୍ଲଡ ତଥା ଆତଙ୍କବାଦୀ ଡନ ଦାଉଦ ଇବ୍ରାହିମ ଗ୍ୟାଙ୍ଗର ହାତ ଅଛି ବୋଲି ସେ କହିଛନ୍ତି | ଦାଉ ଗ୍ୟାଙ୍ଗ କିଛି ଲୋକଙ୍କ ସାହାଯ୍ୟରେ ସୁଶାନ୍ତଙ୍କୁ ହତ୍ୟା କରିଛି ବୋଲି ସେ କହିଛନ୍ତି | ସୁଶାନ୍ତ ସିଂହଙ୍କ ମୃତ୍ୟୁର ଠିକ ଦିନେ ପୂର୍ବରୁ ସୁଶାନ୍ତଙ୍କ ଘରର ସିସିଟିଭି ବନ୍ଦ ଥିଲା | ସିସିଟିଭି ବନ୍ଦ ଥିବା ଘଟଣା ଉପରେ ସେ ଫୋକସ କରିଛନ୍ତି |

ସେ କହିଛନ୍ତି କିଛି ଦିନ ପୂର୍ବରୁ ସୁଶାନ୍ତଙ୍କ ପାଖକୁ ଲଗାତାର ଧମକପୂର୍ଣ ଫୋନ କଲ ଆସୁଥିଲା ଯେଉଁଥିପାଇଁ ସେ ଚିନ୍ତିତ ଥିଲେ ଏବଂ ନିଜ କାରରେ ଶୋଉଥିଲେ | ଏହାସହ ସୁଶାନ୍ତ ସିଂହ ମାସେ ଭିତରେ ୫୦ ଥର ମୋବାଇଲ ସିମ ବଦଳାଇଥିବା ଉପରେ ମଧ୍ୟ ସେ ଫୋକସ କରି କହିଛନ୍ତି ଯେ ଏସବୁ ପଛରେ ‘D-Company’ ରହିଥିଲା | ଏବେ ମଧ୍ୟ ବଲିଉଡ ଇଣ୍ଡଷ୍ଟ୍ରିରେ ଦାଉଦର ଉପସ୍ଥିତି ରହିଛି ବୋଲି ସେ କହିଛନ୍ତି |

ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ଯେଉଁମାନେ ସନ୍ଦେହ ଘେରରେ ଅଛନ୍ତି ସେମାନଙ୍କ ଉପରେ ମଧ୍ୟ ସୁଦ ଦୃଷ୍ଟି ନିକ୍ଷେପ କରିଛନ୍ତି | ପ୍ରଥମ ସନ୍ଦେହ ସୁଶାନ୍ତଙ୍କ ଚାକର, ଯିଏ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପୋଲିସକୁ ଖବର ଦେଇଥିଲା | ସୁଶାନ୍ତଙ୍କ କୁକୁର ଫଜ ସମ୍ପର୍କରେ ମଧ୍ୟ ସେ କହିଛନ୍ତି ଯେ, ସୁଶାନ୍ତଙ୍କ ମୃତ୍ୟୁ ପରେ ଫଜ ଶାନ୍ତ ଥିଲା | ତେବେ ଫଜ ଏହିଭଳି ଚୁପ ରହିବ ଦୁଇଟି ଦିଗ ଉପରେ ଦୃଷ୍ଟି ନିକ୍ଷେପ କରୁଛି | ହୋଇଥାଇପାରେ ସୁଶାନ୍ତଙ୍କ ଚାକର ଫଜକୁ ଅନ୍ୟ କୋଠରୀରେ ବନ୍ଦ କରିଦେଇଥିବା ଅଥବା ହତ୍ୟାକାରୀଙ୍କୁ ଫଜ ଭଲ ଭାବେ ଜାଣିଥିଲା ଯେଉଁଥିପାଇଁ ସୁଶାନ୍ତଙ୍କ ଘରେ ସେମାନଙ୍କ ଉପସ୍ଥିତିରେ ସେ ଚୁପ ଥିଲା |

ଦ୍ୱିତୀୟ ସନ୍ଦେହ ସନ୍ଦୀପ ସିଂହଙ୍କ ଉପରକୁ ଯାଇଛି | କାରଣ ସନ୍ଦୀପ ସିଂହ ସୁଶାନ୍ତ ସିଂହଙ୍କ ଘନିଷ୍ଠ ବନ୍ଧୁ ଥିଲେ | ସନ୍ଦୀପ କରନ ଜୋହରଙ୍କୁ ଏବଂ ବଲିଉଡ ଇଣ୍ଡଷ୍ଟ୍ରିର ଆଉ କିଛି ସେଲିବ୍ରିଟିଙ୍କୁ ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କରେ ସମସ୍ତ ସୂଚନା ଦେଉଥିଲା

ତୃତୀୟରେ ସନ୍ଦେହ ଘେରରେ ଅଛନ୍ତି ସୁଶନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ | ସୁଶାନ୍ତଙ୍କ ହତ୍ୟା ମାମଲାରେ ରିୟାଙ୍କର ମଧ୍ୟ ହାତ ରହିଛି ବୋଲି ସୁଦ କହିଛନ୍ତି | ସେ ସିଧାସଳଖ ହତ୍ୟା ମାମଲାରେ ଜଡିତ ନଥିଲେ ମଧ୍ୟ ସୁଶାନ୍ତଙ୍କ ସହିତ ଘଟିବାକୁ ଥିବା ଅଘଟଣ ସମ୍ପର୍କରେ ସେ ଆଗରୁ ଅବଗତ ଥିଲେ | ସେଥିପାଇଁ ମହେଶ ଭଟ୍ଟଙ୍କ ଠାରୁ ଫୋନ ଆସିବାପରେ ସେ ସୁଶାନ୍ତଙ୍କୁ ଏକା ଛାଡି ଦେଇ ଚାଲି ଯାଇଥିଲେ |

   Related Posts