ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୪ତମ ଜନ୍ମ ଜୟନ୍ତୀ
20/08/2018 at 6:59 AM

ନୂଆଦିଲ୍ଲୀ୨୦/୮:ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ଆଜି ୭୪ତମ ଜନ୍ମଦିବସ। ଏ ଅବସରରେ ସୋନିଆ ଗାନ୍ଧୀ,କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ୧୯୪୪ ମସିହା ଅଗଷ୍ଟ ୨୦ତାରିଖରେ ହୋଇଥିଲା। ୧୯୯୧ମସିହା ମେ ୨୧ତାରିଖରେ ତାମିଲନାଡ଼ୁର ଶ୍ରୀ ପେରୁମୁଦୁରଠାରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର କରୁଥିବାବେଳେ ଏକ ଆତ୍ମଘାତୀ ବୋମା ବିସ୍ଫୋରଣରେ ତାଙ୍କର ଦେହାନ୍ତ ହୋଇଥିଲା।
ସ୍ବର୍ଗତ ଗାନ୍ଧୀଙ୍କ ସମାଧିସ୍ଥଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ: ମନମୋହନ ସିଂହଙ୍କ ସମେତ ବହୁ କଂଗ୍ରେସ ନେତା ମଧ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।