ଗୁଜରାଲଙ୍କ ପରାମର୍ଶ ମାନିଥିଲେ ୧୯୮୪ ଶିଖ ବିରୋଧୀ ଦଙ୍ଗା ହୋଇନଥାନ୍ତା- ମନମୋହନ ସିଂହ
5/12/2019 at 9:28 AM

ନୂଆଦିଲ୍ଲୀ୦୫।୧୨: ୧୯୮୪ଦଙ୍ଗାକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବଡ଼ ଖୁଲାସା । ପିଭି ନରସିଂମା ରାଓ ତତକାଳୀନ ପ୍ରଧାନମନ୍ତ୍ରୀଙ୍କ କଥା ମାନିଥିଲେ ଏପରି ହୋଇନଥାନ୍ତା ବୋଲି ସେ କହିଛନ୍ତି । ସେତେବେଳେ ଘଟଣାର ଭୟାବହତାକୁ ହୃଦୟଙ୍ଗମ କରି ଗୃହମନ୍ତ୍ରୀ ପିଭି ନରସିଂମା ରାଓଙ୍କ ପାଖକୁ ଯାଇଥିଲେ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦ୍ର କୁମାର ଗୁଜରାଲ । ପରିସ୍ଥିତିକୁ ଦେଖି ଘଟଣାସ୍ଥଳକୁ ସେନା ପଠାଇବା ପାଇଁ କହିଥିଲେ। କିନ୍ତୁ ଗୁଜରାଲଙ୍କ ଉପଦେଶକୁ ନମାନିବାରୁ ଏପରି ଘଟଣା ଘଟିଲା ବୋଲି ପରୋକ୍ଷରେ ନରସିଂମା ରାଓଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡାକ୍ତର ମନମୋହନ ସିଂ ।

ସୂଚନାଯୋଗ୍ୟ ଯେ, ୧୯୮୪ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କ ଅଙ୍ଗରକ୍ଷୀଙ୍କ ଦ୍ୱାରା ହତ୍ୟାର ଶିକାର ହେବା ପରେ ଶିଖ ବିରୋଧୀ ଦଙ୍ଗା ହୋଇଥିଲ। ଯେଉଁଥିରେ ୩୩୫୦ଜଣ ପ୍ରାଣ ହରାଇଥିଲେ। କେବଳ ଦିଲ୍ଲୀରେ ୨୮୦୦ଜଣଙ୍କ ଜୀବନ ଯାଇଥିଲା। ଗୃହ ମନ୍ତ୍ରାଳୟ ଦ୍ୱାରା ନିଯୁକ୍ତ ହୋଇଥିବା ନ୍ୟାୟମୂର୍ତ୍ତି ଜିପି ମାଥୁରଙ୍କ ସମିତିର ସୁପାରିଶ ପରେ ଫେବ୍ରୁଆରୀ ୧୨, ୨୦୧୫ରେ ଏସଆଇଟି ଗଠନ କରାଯାଇଥିଲା। ତିନି ସଦସ୍ୟ ବିଶିଷ୍ଟ ଏହି କମିଟି ଶିଖ ଦଙ୍ଗାକୁ ନେଇ ଥିବା ୬୫୦ଟି ମାମଲାରୁ ୮୦ଟି ମାମଲାର ତଦନ୍ତ ପୁଣିଥରେ ଆରମ୍ଭ କରିଛି।