ପୁଣି ମେଡିକାଲରେ ଭର୍ତ୍ତି ହେଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁଶରଫ

Published By : Prameya-News7 Bureau | December 03, 2019 IST

ନୂଆଦିଲ୍ଲୀ ୦୩।୧୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁଶରଫଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ଥରେ ଖରାପ ହୋଇଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଦୁବାଇର ଏକ ମେଡିକାଲରେ ଭର୍ତ୍ତି କରାଯାଇଛି । ମେଡିକାଲ ରିପୋର୍ଟ ଅନୁସାରେ, ମୁଶରଫଙ୍କ ହୃଦରୋଗ ସମେତ ରକ୍ତଚାପ ସମସ୍ୟା ରହିଛି।

{"id":193228,"sizeSlug":"large"}

୨୦୧୬ରୁ ମୁଶରଫ ପାକିସ୍ତାନରୁ ନିର୍ବାସିତ ହୋଇ ଦୁବାଇରେ ରହିଆସୁଛନ୍ତି। ସେବେଠାରୁ ସେ ଆଉ ନିଜ ଦେଶକୁ ଫେରୁନାହାନ୍ତି । ମୁଶରଫଙ୍କ ବିରୋଧରେ ପାକିସ୍ତାନରେ ଦେଶଦ୍ରୋହ ମାମଲା ଚାଲୁଛି। ଏହି ମାମଲାର ତଦନ୍ତ କରୁଥିବା ସଂସ୍ଥା ତାଙ୍କ ଫେରିବା ବାଟକୁ ଅପେକ୍ଷା କରିଛନ୍ତି।  ମୁଶରଫ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ମୃତ୍ୟୁଦଣ୍ଡ ଅଥବା ଆଜୀବନ କାରାଦଣ୍ଡାଦେଶ ହୋଇପାରେ। ତେବେ ସ୍ବତନ୍ତ୍ର କୋର୍ଟ ଏହି ମାମଲାର ରାୟ ପ୍ରକାଶ କରିବା ଉପରେ ଇସଲାମାବାଦ ହାଇକୋର୍ଟ ରୋକ୍  ଲଗାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.