ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଶେଷଜ୍ଞ ଟିମ୍‌ଙ୍କ ଉଦବେଗ, ଭାଇଟାଲ ଓ କ୍ଲିନିକାଲ ପାରାମିଟର ସ୍ଥିର

Published By : Prameya-News7 Bureau | August 15, 2020 IST

ନୂଆଦିଲ୍ଲୀ ୧୫।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଶେଷଜ୍ଞ ଟିମ୍‌ ଶନିବାର ଉଦବେଗ ପ୍ରକାଶ କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେବି ଜଟିଳ ଥିବା ବେଳେ ତାଙ୍କୁ ଜୀବନ ରକ୍ଷକ ପ୍ରଣାଳୀରେ ରଖାଯାଇଛି। ତାଙ୍କର ଗୁରୁତ୍ୱପୂର୍ଣ୍ଣ ଓ ନୈଦାନିକ ମାନକ ସ୍ଥିର ଥିବା ବେଳେ ବିଶେଷଜ୍ଞ ଡାକ୍ତରଙ୍କ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

{"id":314957,"sizeSlug":"large"}

ସୂଚନା ଯୋଗ୍ୟଯେ ଗତ ୧୦ ତାରିଖ ଦିନ ମୁଖାର୍ଜୀ ଦିଲ୍ଲୀ କ୍ୟାଣ୍ଟନମେଣ୍ଟସ୍ଥିତ ଆର୍ମି ହସ୍ପିଟାଲ (ଆରଏଣ୍ଡଆର)ରେ ଭର୍ତ୍ତି ହୋଇଥିଲେ। ଏହା ପୂର୍ବରୁ ତାଙ୍କର କୋଭିଡ ପରୀକ୍ଷଣ କରାଯାଇ ଥିବା ବେଳେ ସେ ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବା ଏବେ ଚିନ୍ତାର କାରଣ ପାଲଟିଛି।

wp:html /wp:html

ଶୁକ୍ରବାର ମଧ୍ୟ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ହୋଇ ନଥିଲା।  ସେ ହୁଏତ କୋମାକୁ ଚାଲିଯାଇଥାଇ ପାରନ୍ତି ବୋଲି ଡାକ୍ତରମାନେ ଆଶଙ୍କା ବ୍ୟକ୍ତ କରୁଥିଲେ। ତେବେ ଆଜି ମଧ୍ୟ ସୁଧାର ନ ହେବା ସମସ୍ତଙ୍କ ଲାଗି ଉଦବେଗର କାରଣ ପାଲଟିଛି। ତାଙ୍କ ଝିଅ ତଥା କଂଗ୍ରେସ୍ ନେତ୍ରୀ ଶର୍ମିଷ୍ଠା ମୁଖାର୍ଜୀ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ପ୍ରଣବ ମୁଖାର୍ଜୀଙ୍କ ସ୍ୱାଧୀନତା ଦିବସ ପତାକା ଉତ୍ତୋଳନର ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ତାଙ୍କ ବାଲ୍ୟ ସ୍ମୃତି ସେୟାର କରିଛନ୍ତି। ସେପଟେ ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ତାଙ୍କ ଟ୍ୱିଟରରେ ସ୍ୱାଧୀନତା ଦିବସର ଅଭିନନ୍ଦନ ପୋଷ୍ଟିଂ କରାଯାଇଥିବା ଦେଖାଯାଇଛି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.