ନିଆରା ଢଂଗରେ ହସପିଟାଲରେ ପ୍ରବେଶ କଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଖୁସୀରେ ଫାଟିପଡିଲେ ରୋଗୀ, ଭିଡିଓ ଦେଖିଲେଣି ୩୬ ଲକ୍ଷରୁ ଅଧିକ
20/12/2018 at 6:47 PM

ୱାସିଂଟନ୨୦|୧୨: ଆମେରିକା ରାଷ୍ଟ୍ରପତି ପଦରୁ ଯାଇଥିଲେ ମଧ୍ୟ ବାରାକ୍ ଓବାମାଙ୍କ କ୍ରେଜ୍ ଏବେବି ରହିଛି। କ୍ରିସମାସ ଓ୍ବିକରେ ଓବାମାଙ୍କୁ ଦେଖିବାକୁ ମିଳିଥିଲା ସାନ୍ତାକ୍ଲସ ଅବତାରରେ। ଆଉ ତାଙ୍କ ସରପ୍ରାଇଜ୍ ଭିଜିଟ୍ କୁନି ମୁହଁରେ ଆଣିଥିଲା ଖୁସିର ଝଲକ।…
କୁନି କୁନି ପିଲାଙ୍କ ପାଇଁ ସିକ୍ରେଟ୍ ସାନ୍ତା ସାଜିଲେ ବାରାକ୍ ଓବାମା। ଚିଲ୍ଡ୍ରେନ୍ ହସପିଟାଲ୍ରେ ଓବାମାଙ୍କ ସାନ୍ତା ସରପ୍ରାଇଜ୍। ପିଲାଙ୍କୁ ଦେଲେ କ୍ରିସମାସ୍ ଉପହାର। ପୁରା ଦୁନିଆ ଏବେ ପାଳନ କରୁଛି କ୍ରିସମାସ ଓ୍ବିକ୍। ସବୁଠି ଚାଲିଛି ସେଲିବ୍ରେସନ୍। ଆଉ ଏମିତି ସମୟରେ କୁନି କୁନି ପିଲାଙ୍କୁ ସରପ୍ରାଇଜ୍ ଦେଇଛନ୍ତି ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା । ଓ୍ବାଶିଂଟନସ୍ଥିତ ଚିଲଡ୍ରେନ୍ ନାସନାଲ୍ ମେଡିକାଲ୍ ସେଣ୍ଟରରେ ପହଞ୍ଚିଥିଲେ ଓବାମା। ମୁଣ୍ଡରେ ସାନ୍ତା ଟୋପି ଆଉ ପିଠିରେ ଥିଲା ଗିଫ୍ଟ ବ୍ୟାଗ୍। ନିଆରା ଅନ୍ଦାଜରେ ଡାନ୍ସ କରି କରି ହସପିଟାଲରେ ଗ୍ରାଣ୍ଡ ଏଣ୍ଟ୍ରି କରିଥିଲେ ଓବାମା। ଆଉ ତାଙ୍କ ସରପ୍ରାଇଜ୍ ଭିଜିଟ, ହସପିଟାଲର ରୋଗୀ ଓ ସଂପର୍କୀୟଙ୍କ ମୁହଁରେ ଆଣିଦେଇଥିଲା ଖୁସିର ଝଲକ । ସେ ସମୟର ଭିଡିଓକୁ ହସପିଟାଲର ଟ୍ବିଟର ଆକାଉଣ୍ଟରେ ସେୟାର କରାଯାଇଛି। ମାତ୍ର ତିନି ଘଣ୍ଟା ମଧ୍ୟରେ ଭିଡିଓକୁ ୨୦ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି।…