Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

କମଲ ହାସନଙ୍କ ପାର୍ଟିରେ ଯୋଗଦେଲେ ଅବଦୁଲ କଲାମଙ୍କ ବୈଜ୍ଞାନିକ ପରାମର୍ଶଦାତା ଭି.ପୋନରାଜ

3/03/2021 at 5:45 PM

ଚେନ୍ନାଇ ୩।୩: ପୂର୍ବତନ ରାଷ୍ଟ୍ରପତି ଡା.ଏ.ପି.ଜେ. ଅବଦୁଲ କଲାମଙ୍କ ବୈଜ୍ଞାନିକ ପରାମର୍ଶଦାତା ଭି.ପୋନରାଜ କମଲ ହାସନଙ୍କ ମକ୍କଲନିଧି ମୟମ (ଏମଏନଏମ) ପାର୍ଟିରେ ଯୋଗ ଦେଇଛନ୍ତି। ଦଳରେ ତାଙ୍କୁ  ଉପାଧ୍ୟକ୍ଷ ଭାବେ ଗ୍ରହଣ କରାଯାଇଛି। କମଲ ହାସନ ଏହି ପାର୍ଟିର ସଂସ୍ଥାପକ ସାଙ୍ଗକୁ ଆଜୀବନ ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ଦଳ ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପ୍ରତିଦ୍ୱନ୍ଦ୍ୱୀତାକୁ ଓହ୍ଲାଇବ।

ଦଳରେ ଉପାଧ୍ୟକ୍ଷ ଭାବେ ଯୋଗଦେବା ଅବସରରେ ପୋନରାଜ କହିଛନ୍ତି ଯେ ସେ ରାଜନୈତିକ ଦଳଙ୍କ ସହ କାମ କରିବାକୁ ଆଗ୍ରହୀ ଥିଲେ। ହେଲେ ଏମିତି ଏକ ରାଜନୈତିକ ଦଳ ଯିଏ ଡା. କଲାମଙ୍କ ସ୍ୱପ୍ନକୁ ଆଗକୁ ନେଇ ଯିବାକୁ ଆଗ୍ରହୀ ଥିବ। ଆଜିର ଦିନରେ ଏଭଳି ରାଜନୈତିକ ଦଳର ପରିକଳ୍ପନା ଦେଶରେ ଅସମ୍ଭବ। ତେବେ ଏ ନେଇ କମଲ ହାସନ ତାଙ୍କ ସହ ଫୋନରେ ଆଲୋଚନା କରିବା ପରେ ସେ ଦଳରେ ଯୋଗ ଦେବାକୁ ତୁରନ୍ତ ରାଜି ହୋଇଯାଇଥିଲେ ବୋଲି କହିଛନ୍ତି।

ସେହି ଅନୁସାରେ ଭି.ପୋନରାଜ କମଲ ହାସନଙ୍କ ଏମଏନଏମ ପାର୍ଟିରେ ଯୋଗ ଦେଇଥିବା ବେଳେ ଦଳ ମଧ୍ୟ ତାଙ୍କୁ ସମ୍ମାନ ସୂଚକ ଉପାଧ୍ୟକ୍ଷ ପଦରେ ଗ୍ରହଣ କରିଛି। ଏମଏନଏମ ଆଗାମୀ ବିଧାନସଭା ନିର୍ବାଚନ ଲାଗି ନିଜର ରଣନୀତି ଘୋଷଣା କରିଛି। ଯଦି ଜନତା ଏମଏନଏମକୁ ସରକାର ଗଢିବା ଲାଗି ସୁଯୋଗ ଦିଅନ୍ତି ତେବେ ରାଜ୍ୟର ବେକାରୀ ଦୂରିକରଣ ନିମନ୍ତେ ୫୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଉଦ୍ୟମ କରିବ ବୋଲି କମଲ ହାସନ ଘୋଷଣା କରିଛନ୍ତି।

ସେହିପରି ତାଙ୍କ ସରକାର ବେରୋଜଗାରଙ୍କୁ ଭତ୍ତା ଦେବାର ମଧ୍ୟ ବ୍ୟବସ୍ଥା କରିବେ। ଏହା ସହ ରାଜ୍ୟର ସରକାରୀ କ୍ଷେତ୍ରରେ ମହିଳାଙ୍କ ଲାଗି ୫୦ ପ୍ରତିଶତ ଆରକ୍ଷଣ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଅଭିନେତାରୁ ରାଜନେତା ହେବାକୁ ଯାଉଥିବା କମଲ ହାସନ ଘୋଷଣା କରିଛନ୍ତି। ୨୩୪ ସଦସୀୟ ତାମନାଡୁ ବିଧାନସଭା ଲାଗି ଆସନ୍ତା ଏପ୍ରିଲ ମାସରେ ନିର୍ବାଚନ ଅନୁଷ୍ଠିତ ହେବବୋଲି ଜଣାପଡିଛି।   

   Related Posts