ଚର୍ଚ୍ଚାରେ ପୋପ୍ ବେନିଡିକ୍ଟ-୧୬ଙ୍କ ପତ୍ର, ଲେଖିଛନ୍ତି ପରପାରିରେ ଖୁବ ଶୀଘ୍ର ଭେଟିବେ ବନ୍ଧୁଙ୍କୁ

Published By : Prameya-News7 Bureau | October 20, 2021 IST

ରୋମ ୨୦।୧୦:  ପୂର୍ବତନ ପୋପ୍ ବେନିଡିକ୍ଟ ଷୋଡ଼ଶଙ୍କ ପତ୍ର ଏବେ ଜର୍ମାନ ଗଣମାଧ୍ୟମରେ ଆଲୋଡନ ସୃଷ୍ଟି କରିଛି। ୯୪ ବର୍ଷ ବୟସ୍କ ପୋପ୍ ୨୦୧୩ ମସିହାରେ ରୋମ କ୍ୟାଥୋଲିକ୍‌ ଚର୍ଚ୍ଚର ପୋପ ପଦରୁ ଆନୁଷ୍ଠାନିକ ସେବାନିବୃତ୍ତି ନେଇଥିଲେ। ଏହା ସହ ବିଶପଙ୍କ କାର୍ଯ୍ୟାଳୟ ଏବଂ ଅଧିକାର କ୍ଷେତ୍ର ମଧ୍ୟ ତ୍ୟାଗ କରିଥିଲେ। ରୋମାନ ଚର୍ଚ୍ଚର ୬୦୦ ବର୍ଷର ଇତିହାସରେ ସେବା ନିବୃତ୍ତି ନେବାରେ ପୋପ ବେନିଡିକ୍ଟ ପ୍ରଥମ ବ୍ୟକ୍ତି ଥିଲେ।

{"id":530309,"sizeSlug":"large","linkDestination":"none"}

ସେ ଗତ ଅକ୍ଟୋବର ୨ ତାରିଖରେ ଜନୈକ ଜର୍ମାନ ପାଦ୍ରିଙ୍କୁ ଲେଖିଥିବା ପତ୍ର ଏବେ ଗଣମାଧ୍ୟମରେ ପ୍ରସାରିତ ହେଉଛି। ଏହି ପତ୍ରରେ ପୂର୍ବତନ ପୋପ ପାଦ୍ରିଙ୍କୁ ତାଙ୍କ ବନ୍ଧୁ ରେଭ.ଗେରହାର୍ଡ ୱିଙ୍କଲରଙ୍କ ପରଲୋକ ଖବର ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ତାଙ୍କର ସମସ୍ତ ସହକର୍ମୀ ଓ ମିତ୍ରଙ୍କ ମଧ୍ୟରେ ସେ ଅତ୍ୟନ୍ତ ନିକଟତମ ଥିଲେ। ସେ ଏବେ ଦ୍ୱିତୀୟ ଦୁନିଆରେ ପହଞ୍ଚିସାରିଛନ୍ତି, ଯେଉଁଠି ସେ ଏବଂ ତାଙ୍କ ଭଳି ଅନେକ ମିତ୍ର ନିଶ୍ଚିତ ରୂପେ ମୋ ଅପେକ୍ଷାରେ ଅଛନ୍ତି। ମୁଁ ଆଶା କରୁଛି ଖୁବ୍ ଶୀଘ୍ର ମୁଁ ସେମାନଙ୍କ ନିକଟରେ ପହଞ୍ଚିବି।

{"id":530310,"width":840,"height":470,"sizeSlug":"full","linkDestination":"none"}

ପୋପଙ୍କ ଏହି କେତୋଟି ଶବ୍ଦ ଏବେ ସମସ୍ତଙ୍କୁ ଆଚମ୍ଭିତ କରିଛି। ହୁଏତ ସେ ତାଙ୍କର ଅନ୍ତିମ ସମୟର ନିକଟବର୍ତ୍ତି ହେଲେଣି ଅଥବା ସେ ଏଥିପାଇଁ ଏବେ ପ୍ରସ୍ତୁତ ଓ ମୃତ୍ୟୁକୁ ସ୍ୱାଗତ କରୁଛନ୍ତି। ବିଶ୍ୱରେ ଏପରି ବ୍ୟକ୍ତିତ୍ୱ ବାସ୍ତବିକ ବିରଳ ବୋଲି କୁହାଯାଉଛି। ଯିଏ ନିଜର ଅନ୍ତିମକ୍ଷଣକୁ ଅପେକ୍ଷା କରିଛନ୍ତି। ବାସ୍ତବିକ ପୋପ ବେନିଡିକ୍ଟ ଷୋଡ଼ଶ ଜଣେ ବିରଳ ବ୍ୟକ୍ତିତ୍ୱ। କ୍ୟାଥୋଲିକ ଚର୍ଚ୍ଚକୁ ମାର୍ଗଦର୍ଶନ ଲାଗି ସେ ନିଜକୁ ଅସମର୍ଥ ମନେ କରି ୨୦୧୩ ମସିହାରେ ପଦରୁ ଇସ୍ତଫା ଦେଇଥିଲେ। ଏହା ସହ ବିଶପଙ୍କ କାର୍ଯ୍ୟାଳୟ ଓ ଅଧିକାର କ୍ଷେତ୍ର ମଧ୍ୟ ପରିତ୍ୟାଗ କରିଥିଲେ। ଯାହା ବାସ୍ତବିକ ବିରଳ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.