ପାକିସ୍ତାନ କରତାରପୁର ଯିବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ-ପ୍ରଥମ ଶିଖ୍‌ ଶ୍ରଦ୍ଧାଳୁଙ୍କ ଦଳ ସହ ଯାତ୍ରାରେ ସାମିଲ ହେବେ

Published By : Prameya-News7 Bureau | October 03, 2019 IST

ନୂଆଦିଲ୍ଲୀ- ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପାକିସ୍ତାନର କରତାରପୁରକୁ ଯାଉଥିବା ପ୍ରଥମ ଶ୍ରଦ୍ଧାଳୁଦଳ ସହ ସାମିଲ ହେବେ । କରତାରପୂର କରିଡରର ଉଦ୍‌ଘାଟନରେ ସାମିଲ ହେବା ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ମନମୋହନ ସିଂ ଏଥିପାଇଁ ବିଦେଶ ମନ୍ତ୍ରାଳୟର ଅନୁମତି ଲୋଡ଼ିଥିଲେ । ଅକ୍ଟୋବର ୯ ତାରିଖରେ କରତାରପୁରକୁ ପ୍ରଥମ ଶିଖ୍‌ ଶ୍ରଦ୍ଧାଳୁ ଦଳରେ ପୂର୍ବତନ ପ୍ରଧାନମନ୍ତ୍ର ସାମିଲ ହେବେ । ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଏହାର ନେତୃତ୍ୱ ନେବେ ।

ମନମୋହନ ସିଂ କରତାରପୁର ଗୁରୁଦ୍ୱାରକୁ ବି ଯିବେ । ସୁଲତାନପୁର ଲୋଧିରେ ହେବାକୁ ଥିବା କାର୍ଯ୍ୟକ୍ରମରେ ମନମୋହନ ସିଂଙ୍କ ସହ କ୍ୟାପଟେନ୍‌ ଅମିରିନ୍ଦର ସିଂ ସାମିଲ ହେବେ ।

ଗୁରୁବାରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମିରିନ୍ଦର ସିଂ ଦିଲ୍ଲୀ ପହଞ୍ଚିଥିଲେ। ଗୁରୁ ନାନକ ଦେବଙ୍କ ୫୫୦ ତମ ପ୍ରକାଶ ପର୍ବ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି କେବିନ୍ଦଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ଦୁଇଜଣ ଏହି ନିମନ୍ତ୍ରଣକୁ ସ୍ୱୀକାର କରି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସମ୍ମତି ଜଣାଇଥିବା ସୂଚନା ମିଳିଛି ।

କ୍ୟାପଟେନ୍‌ ଅମରିନ୍ଦର ସିଂ ୨୧ ଜଣଙ୍କୁ ପାକିସ୍ତାନର କରତାରପୁର ପଠାଇବା ପାଇଁ ଅନୁମତି ମାଗିଛନ୍ତି । ସେମାନେ ୩୦ ଅକ୍ଟୋବରରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ସେଠାରେ ରହିବେ । ସେଠାରୁ ନଗରକୀର୍ତ୍ତନକୁ ଅମୃତସରକୁ ପର୍ଯ୍ୟନ୍ତ ଆଣିବେ ।

wp:core-embed/twitter {"url":"https://twitter.com/RT_MediaAdvPbCM/status/1179657297947066368?s=20","type":"rich","providerNameSlug":"twitter","className":""}
https://twitter.com/RT_MediaAdvPbCM/status/1179657297947066368?s=20
/wp:core-embed/twitter

ପାକିସ୍ତାନ କରତାରପୁର କରିଡର୍‌ ଉଦ୍‌ଘାଟନ ପାଇଁ ନୂଆ ଚାଲ୍‌ ଚଳେଇଥିଲା। ଏଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ନିମନ୍ତ୍ରଣ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୌଣସି ଅଧିକାରୀକ ନିମନ୍ତ୍ରଣ ଦେଇ ନଥିଲା । ଏହାପରେ ମନମୋହନ ସିଂ ଏହି ନିମନ୍ତ୍ରଣକୁ ବିଦେଶମନ୍ତ୍ରାଳୟକୁ ପଠାଇଥିଲେ । ବିଦେଶମନ୍ତ୍ରାଳୟର ବିନାନୁମତିରେ ଏପରି ନିମନ୍ତ୍ରଣକୁ ଗ୍ରହଣ କରାଯାଇ ନଥାଏ।

ପଞ୍ଜାବର ଗୁରୁଦାସପୁର ଠାରୁ ମାତ୍ର ଅଳ୍ପ ଦୂରରେ କରତାରପୁର ସାହିବା ରହିଛି । ଏହି ଗୁରୁଦ୍ୱାରରେ ଗୁରୁ ନାନକ ଜୀବନର ଅନ୍ତିମ କ୍ଷଣ ବିତାଇଥିଲେ । ଏଥିପାଇଁ ଏହାକୁ ଅତି ପବିତ୍ର ବୋଲି ମନାଯାଇଥାଏ ।
ଐତିହାସିକ ଗୁରୁଦ୍ୱାରରେ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କ ସହ ପଞ୍ଜାବର ସମସ୍ତ ୧୧୭ ଜଣ ବିଧାୟକ, ଲୋକସଭା ଓ ରାଜ୍ୟସଭାର ସାସଂଦ, ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟିର ସଦସ୍ୟ । ସନ୍ଥ ସମାଜର ସଦସ୍ୟ ଓ ମାନ୍ୟତା ପ୍ରାପ୍ତ ପ୍ରତ୍ୟେକ ରାଜନୈତିକ ଦଳର ପ୍ରତିନିଧି ସାମିଲ୍‌ ହେବେ ।

ଏହାପରେ ପ୍ରତିଦିନ ୫ ହଜାର ଶ୍ରଦ୍ଧାଳୁ ଗୁରୁଦ୍ୱାର ଯାଇ ପାରିବେ । ଏହି ୪.୨ କିଲୋମିଟର ରାସ୍ତା ନିର୍ମାଣ ୩୧ ଅକ୍ଟୋବର ମଧ୍ୟରେ ସମ୍ପୂର୍ଣ୍ଣ ହେବ । ଏହା ପାକିସ୍ତାନର ନରୋବାଲ ଜିଲ୍ଲାରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.