Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ଗର୍ବର ଆଉ ଏକ କ୍ଷଣ ! ଜୋ ବିଡେନଙ୍କ ଶପଥଗ୍ରହଣ ଉତ୍ସବରେ ମୁଖ୍ୟ ଅତିଥି ହେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ

9/11/2020 at 6:23 PM

ନୂଆଦିଲ୍ଲୀ ୯।୧୧: ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ଜୋସେଫ ଆର.ବିଡେନ ଜାନୁୟାରୀ ୨୦୨୧ରେ କାର୍ଯ୍ୟଭାର ଗ୍ରହଣ କରିବେ ଏଥିଲାଗି ଯୁଦ୍ଧକାଳୀନ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆମେରିକା ପ୍ରେସିଡେନସିଆଲ ଇନାଗୁରେସନକୁ ନେଇ ଏବେ ଏକ ବଡ଼ଖବର ଆସୁଛି।  ଏହି  ଐତିହାସିକ କାର୍ଯ୍ୟକ୍ରମକୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡ.ମନମୋହନ ସିଂହ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ ହେବେ ବୋଲି ଜଣାପଡିଛି। ଯାହା ସାରା ବିଶ୍ୱରେ ଭାରତ ଲାଗି  ପୁଣି ଥରେ ଏକ ଗୌରବର କ୍ଷଣ ହେବ ବୋଲି କୁହାଯାଉଛି। 

ମଧ୍ୟପ୍ରଦେଶ କଂଗ୍ରେସ ଜିତୁ ପଟୱାରୀ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଛନ୍ତି । ସମାରୋହକୁ ମନମୋହନ ସିଂହ  ମୁଖ୍ୟ ଅତିଥି ରୂପେ ଆମନ୍ତ୍ରିତ ହେଉଥିବାର ସେ  ସୂଚନା ଦେଇଛନ୍ତି। ଭାରତକୁ ବିଶ୍ୱର ଶିର୍ଷ ରାଷ୍ଟ୍ରରେ ପରିଣତ କରିବାରେ ମନମୋହନ ସିଂହଙ୍କ ଭୂମିକା ଉଲ୍ଲେଖନୀୟ। ଲଗାତାର ଦୁଇଥର ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିବା ଡ.ସିଂହ ଦେଶର ଅର୍ଥନୀତିକୁ ତାଙ୍କ ଶାସନ କାଳରେ ଏକ ନୂଆ ଦିଗନ୍ତ ଦେଇଥିଲେ। ଏଣୁ ପଟୱାରୀ ମନମୋହନଙ୍କୁ ଦେଶର ‘ସାନ’ ବୋଲି କହିଛନ୍ତି

ଜୋ ବିଡେନ ୨୦୦୮ ମସିହାରେ ପ୍ରଥମ ଥର ଉପରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। ଏହା ପର ନିର୍ବାଚନ ୨୦୧୨ରେ ମଧ୍ୟ ସେ ସେ ଲଗାତାର ଦ୍ୱିତୀୟବାର ଦେଶର ଉପରାଷ୍ଟ୍ରପତି ହୋଇଥିଲେ। ଏବେ ସେ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଜାନୁୟାରୀ ଦ୍ୱିତୀୟ ସପ୍ତାହରେ କାର୍ଯ୍ୟଭାର ଗ୍ରହଣ କରିବେ। ପ୍ରେସିଡେନସିଆଲ ଇନାଗୁରେନ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

   Related Posts