Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ସତ୍ୟବାଦୀରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ

2/04/2019 at 10:23 PM

ପୁରୀ ୨|୪: ପୁରୀ ଜିଲ୍ଲା ସତ୍ୟବାଦୀ ବିଧାନସଭା ନିର୍ବାଚନମଣ୍ତଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସତ୍ୟବାଦୀ ବ୍ଲକ୍ କାର୍ଯ୍ୟାଳୟରୁ ନିଜର ଶତାଧିକ ସମର୍ଥକଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ଆସି କଂଗ୍ରେସ ପ୍ରାର୍ଥୀ ପ୍ରସାଦ ହରିଚନ୍ଦନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ସତ୍ୟବାଦୀ ରାଜ୍ୟର ଏକ ମର୍ଯ୍ୟଦାଜନକ ନିର୍ବାଚନମଣ୍ତଳୀ ହୋଇଥିବା ବେଳେ ଏଠାରେ ଅନେକ ସମସ୍ୟା, ଚାଷୀ ବହୁଳ ଏହି ନିର୍ବାଚନମଣ୍ତଳୀରେ କୃଷକଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦିଆଯିବ। କୃଷିଋଣ ଛାଡ଼, ଧାନର ସର୍ବନିମ୍ନ ମୂଲ୍ୟ କୁଇଣ୍ଟାଲ ପିଛା ୨୬୦୦ ଟଙ୍କା ପ୍ରଦାନ ଓ ସ୍ୱତନ୍ତ୍ର କୃଷି ବଜେଟକୁ ସେ ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି।

ଏଥିସହ କଣାସ ବ୍ଲକରେ ଜଳନିଷ୍କାସନ ସମସ୍ୟାକୁ ଗୁରୁତ୍ୱ ଦିଆଯିବ। ଅଣବିଜେଡ଼ି ଓ ଅଣବିଜେପି ରାଜନେତା ହିଁ ସଦାସର୍ବଦା ସତ୍ୟବାଦୀ ନିର୍ବାଚନମଣ୍ତଳୀରୁ ବିଜୟଲାଭ କରିଛନ୍ତି। ଏଥର ମଧ୍ୟ ଲୋକେ ତାଙ୍କୁ ଆର୍ଶୀବାଦ ଦେଇ ନିର୍ବାଚିତ କରାଇବେ ବୋଲି ଆସ୍ଥା ପ୍ରକଟ କରିଛନ୍ତି ପ୍ରସାଦ। ସୂଚନାଯୋଗ୍ୟ ଯେ, ୨୦୧୪ ନିର୍ବାଚନରେ ପ୍ରସାଦ ଏହି ନିର୍ବାଚନମଣ୍ଡଳିରୁ ବିଜେଡି ପ୍ରାର୍ଥୀଙ୍କଠାରୁ ପରାସ୍ତ ହୋଇଥିଲେ ।

ପ୍ରାର୍ଥୀପତ୍ର ଦାଖଲ ବେଳେ ତାଙ୍କ ସହ ପୁରୀ ଲୋକସଭା ପ୍ରର୍ଥୀ ସତ୍ୟ ପ୍ରକାଶ ନାୟକ ମଧ୍ୟ ଉପସ୍ଥିତ ଥିଲେ ।

   Related Posts