Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||

ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ୟୁସୁଫ ଗିଲାନୀ କରୋନା ପଜେଟିଭ୍ ଚିହ୍ନଟ

13/06/2020 at 4:27 PM

ଇସ୍ଲାମାବାଦ ୧୩।୬:  ପାକିସ୍ତାନରେ କରୋନା ହୁ ହୁ ହୋଇ ବ୍ୟାପିବାରେ ଲାଗିଛି।  ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରଜା ଗିଲାନୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ତାଙ୍କ ପୁଅ ଶନିବାର ଏହି ସୂଚନା ଦେଇଛନ୍ତି। ଗିଲାନୀଙ୍କ ପୂର୍ବରୁ ଆଉ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଶାହିଦ ଖକାନ ଅବାସୀ ମଧ୍ୟ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ। ଏଥିରୁ ଦେଶରେ କରୋନା କିପରି ସଂକ୍ରମଣ ହେଉଛି ତାହା ଯେ କେହିବି ଏବେ ଅନୁମାନ କରିପାରୁଥିବେ।

ଜୁନ ୯ ତାରିଖ ଦିନ ଅବାସୀ କରୋନା ଚିହ୍ନଟ ହେବାର ସପ୍ତାହଟେ ନ ବିତୁଣୁ ଗିଲାନୀ ପଜେଟିଭ ଚିହ୍ନଟ ହେବା ଦେଶରେ କରୋନାକୁ ନେଇ ଆତଙ୍କ ଖେଳାଇ ଦେଇଛି। ତେବେ ଗିଲାନୀ ନ୍ୟାସନାଲ ଆକଉଣ୍ଟେବିଲିଟି ବ୍ୟୁରୋ (ଏନଏବି) ଯୋଗୁ ସଂକ୍ରମିତ ହୋଇଥିବାର ତାଙ୍କ ପୁଅ ଅଭିଯୋଗ କରିଛନ୍ତି।  ଶୁକ୍ରବାର ପିଏମଏଲ-ଏନ ନେତା ଶାହାବାଜ ଶରିଫ ଏନଏବି ଯୋଗୁ କରୋନା ଆକ୍ରାନ୍ତ ହୋଇଥିବା ତାଙ୍କ ପାର୍ଟି ଅଭିଯୋଗ କରିଥିଲା। ଶାହାବାଜ  କର୍କଟ ରୋଗରେ ଆକ୍ରାନ୍ତ। ଏଣୁ ତାଙ୍କଠାରେ ରୋଗ ପ୍ରତିଷେଧକ ଶକ୍ତି କ୍ଷୀଣ। ଏ ନେଇ ସେ ପୂର୍ବରୁ ଏନଏବି ସହ ପତ୍ରାଳାପ କରିଥିଲେ ମଧ୍ୟ ତାଙ୍କୁ ବ୍ୟକ୍ତିଗତ ହାଜିଲା ଲାଗି ବାଧ୍ୟ କରାଯାଇଥିଲା।

ସେହିପରି ଗିଲାନୀ ଓ ଆବ୍ବାସୀ ମଧ୍ୟ ଏନଏବି ତଦନ୍ତର ସମ୍ମୁଖୀନ ହୋଇଛନ୍ତି। ତଦନ୍ତ ପ୍ରକ୍ରିୟାରେ ଏନଏବି ଅଧିକାରୀମାନେ ଏମାନଙ୍କୁ ବାରମ୍ବାର ଡକାଇ ପଚାରା ଉଚୁରା କରୁଥିବା ବେଳେ କାର୍ଯ୍ୟାଳୟକୁ ଯାଇ ସଂକ୍ରମିତ ହୋଇଥିବାର ସନ୍ଦେହ କରାଯାଉଛି। ତେବେ ଶାହାବାଜଙ୍କ କ୍ଷେତ୍ରରେ ତାଙ୍କ ଦଳ ସିଧାଶଳଖ ପ୍ରଧାନମନ୍ତ୍ରୀ  ଇମ୍ରାନ ଖାନ୍ ଙ୍କୁ ଦାୟି କରିଛି। ଯଦି ଶାହାବାଜଙ୍କର କିଛି ହୁଏ ତେବେ ଏଥିପାଇଁ ଉଭୟ ଏନଏବି ଓ ଇମ୍ରାନ ଦାୟୀ ରହିବେ ବୋଲି ଦଳ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲା।

   Related Posts