ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ଫେରାର ! ବିଭିନ୍ନ ଯାଞ୍ଚ ଏଜେନ୍ସୀ ଓ ପୋଲିସର ଥିଲେ ୱାଣ୍ଟେଡ୍

Published By : Prameya-News7 Bureau | October 01, 2021 IST

ମୁମ୍ବାଇ ୧।୧୦: ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ଏବେ କେଉଁଠି ? ଶୁକ୍ରବାର ଗଣମାଧ୍ୟମ ଏହି ପ୍ରସଙ୍ଗକୁ ଦେଶରେ ଶୀର୍ଷକ କରି ରଖିଛନ୍ତି। ଜୋର ଜବରଦସ୍ତ ଅସୁଲି ସମେତ ବିଭିନ୍ନ ଗୁରୁତର ମାମଲାରେ ପୃଥକପୃଥକ ଜାଞ୍ଚ ଏଜେନ୍ସୀଙ୍କ ସମେତ ସେ ପୋଲିସ ତଦନ୍ତର ମଧ୍ୟ ସମ୍ମୁଖୀନ ଥିଲେ। ହେଲେ ସକାଳଠାରୁ ତାଙ୍କର ଖୋଜ ଖବର ନାହିଁ। ହୁଏତ ଦେଶରୁ ସେ ଫେରାର ହୋଇଯାଇଛନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲ୍ଲୀପ ଭଲସେ ପାଟିଲ ପୋଲିସ ତାଙ୍କର ସନ୍ଧାନ କରୁଥିବା ଗଣମାଧ୍ୟମକୁ କହିଛନ୍ତି।

{"id":520536,"width":838,"height":471,"sizeSlug":"full","linkDestination":"none"}

ବିଭିନ୍ନ ଏଜେନ୍ସୀ ଓ ପୋଲିସ ରାଡାରରେ ଥାଇ ମଧ୍ୟ ପରମବୀର ସିଂହ ଫେରାର ହେଲେ କିପରି ବୋଲି ପଚରାଯିବାରୁ ଯଦି ସେ ଏପରି କୌଣସି ପଦକ୍ଷେପ ନେଇଥାନ୍ତି ନିଶ୍ଚିତ ରୂପେ ଠିକ କରିନାହାନ୍ତି ବୋଲି ପାଟିଲ କହିଛନ୍ତି। ଦେଶରୁ ପରମବୀର ସିଂହ ରହସ୍ୟମୟ ଢଙ୍ଗରେ ଫେରାର ହେବା ଏବେ ବିଜୟ ମାଲ୍ୟା, ନିରବ ମୋଦି ଓ ମେହୁଲ ଚୌକସୀଙ୍କ ସହ ତୁଳନା କରାଯାଉଛି। କାରଣ ଏମାନେ ମଧ୍ୟ ସିବିଆଇ, ଇଡି ଓ ପୋଲିସ ତଦନ୍ତରେ ଥିବା ବେଳେ ଦଶରୁ ଲୁଚି ପଳାଇଥିଲେ।

ମୁମ୍ବାଇ ପୋଲିସର ପୂର୍ବତନ କମିଶନରଙ୍କ ପରମବୀର ସିଂହଙ୍କ ବିରୋଧରେ ମହାରାଷ୍ଟ୍ର ସରକାର ଦାଦା ଚାନ୍ଦା ଅସୁଲୀର ଅନେକ ମାମଲା ଯାଞ୍ଚ କରାଉଛନ୍ତି। ଏାହ ଛଡା ଏଣ୍ଟିଲିଆ ବିସ୍ଫୋରକ ବୋଝେଇ ସ୍କର୍ପିଓ, ବ୍ୟବସାୟୀ ମନସୁଖ ହିରେନ୍‌ ହତ୍ୟା ଓ ମୁମ୍ବାଇ ପୋଲିସର ଅସୁଲିକାଣ୍ଡ ଯାଞ୍ଚ ଆଦି ଅନେକ ମାମଲାରେ ସେ ୱାଣ୍ଟେଡ ମଧ୍ୟ ଥିଲେ। ସିଂହଙ୍କ ବିରୋଧରେ ମୁମ୍ବାଇ ସମେତ ଠାଣେରେ ଅସୁଲୀର ଅନୁନ୍ୟ ୫ଟି ଅଭିଯୋଗ ରୁଜୁ ହୋଇଛି।

{"id":520539,"width":840,"height":473,"sizeSlug":"full","linkDestination":"none"}

ତେବେ ପରମବୀରଙ୍କ ଏପରି ଫେରାର ହେବା ସହ ବିଜୟ ମାଲ୍ୟା, ନିରବ ମୋଦି ଓ ମେହୁଲ ଚୌକସୀଙ୍କ ଫେରାରର ସାମଞ୍ଜସ୍ୟ ଥିବାର ଏବେ ଚର୍ଚ୍ଚା ହେଉଛି। ବିଜୟ ମାଲ୍ୟା ମାର୍ଚ୍ଚ ୨୦୧୬ରେ ଭାରତରୁ ଲୁଚି ପଳାଇଥିଲେ। କିଙ୍ଗଫିସର ଏୟାରଲାଇନ୍ସ ଲାଗି ଭାରତୀୟ ଷ୍ଟେଟବ୍ୟାଙ୍କ ନେତୃତ୍ୱରେ ବ୍ୟାଙ୍କ କନସୋର୍ଟିଅୟମଙ୍କ ଠାରୁ ମାଲ୍ୟା ୯୦୦୦କୋଟି ଟଙ୍କା ଋଣ ନେଇ ସୁଝି ପାରୁନଥିଲେ। ଏଣୁ ଭାରତରେ ମାଲ୍ୟା ୱାଣ୍ଟେଡ ଥିବା ବେଳେ ସେ ଖସି ବ୍ରିଟେନ ପଳାଇଥିଲେ।

ସେହିପରି ଡାୟମଣ୍ଡ ଜ୍ୱେଲରୀ ଷ୍ଟୋର୍ସ ଚେନ୍‌ ସଂସ୍ଥାପକ ନିରବ ମୋଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲା ସମେତ ମନିଲଣ୍ଡ୍ରିଂ ଅଭିଯୋଗରେ ଇଡି, ସିବିଆଇ ଓ ପୋଲିସ ତଦନ୍ତର ସମ୍ମୁଖୀନ ହୋଇଥିବା ବେଳେ ଦେଶ ଛାଡି ପଳାୟନ କରିଥିଲେ। ସେ ଅନୁନ୍ୟ ୨ ବିଲିୟନ ଡଲାରରୁ ଅଧିକ ଠକେଇ କରିଥିବା ବେଳେ ଭାରତରେ ୱାଣ୍ଟେଡ ଥିଲେ। ତାଙ୍କ ମାମୁଁ ମେହୁଲ ଚୌକସୀ ମଧ୍ୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଟଙ୍କା ଠକେଇ ମାମଲାରେ ସିବିଆଇ, ଇଡି ଓ ପୋଲିସ ଯାଞ୍ଚରେ ଥିବା ବେଳେ ଫେରାର ହୋଇଯାଇଛନ୍ତି। ତାଙ୍କ ବିରୋଧରେ ବ୍ୟାଙ୍କ ୧୩ ହଜାର ୫୦୦ କୋଟି ଟଙ୍କା ଠକିନେଇଥିବାର ଅଭିଯୋଗ ଆଣିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.