ଟିକେଟ ନମିଳିବାରୁ ବିଜେଡି ଛାଡିଲେ ପୂର୍ବତନ ସାଂସଦ ମୋହନ ଜେନା
28/03/2019 at 10:11 PM

ଭୁବନେଶ୍ବର୨୮|୩: ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା ବିଜେଡି ଛାଡିଛନ୍ତି ବୋଲି ଆଜି ସାମ୍ବାଦିକମାନଙ୍କୁ କହିଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଦେଇଛନ୍ତି ।
ଯାଜପୁର ଲୋକସଭା ଆସନରୁ ସେ ଟିକେଟ ପାଇଁ ଆଶାୟୀ ଥିଲେ । ତେବେ ଚଳିତ ଥର ବିଜେଡି ଯାଜପୁରରୁ ସସ୍ମିତା ସେଠୀଙ୍କୁ ପ୍ରାର୍ଥୀ କରିଛି । ତାଙ୍କୁ ଟିକେଟ ନମିଳିବା ଯୋଗୁଁ ସେ ଦଳ ଛାଡିଥିବା ମଧ୍ୟ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୦୪ ଓ ୨୦୦୯ ସାଧାରଣ ନିର୍ବାଚନରେ ମୋହନ ଜେନା ଯାଜପୁର ଲୋକସଭା ଆସନରୁ ବିଜେଡିର ପ୍ରାର୍ଥୀ ହୋଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତେବେ ୨୦୧୪ ସାଧାରଣ ନିର୍ବାଚଚନ ବେଳେ ତାଙ୍କୁ ଟିକଟ ମିଳିନଥିଲା । ସେଠାରୁ ବିଜେଡି ରୀତା ତରେଇଙ୍କୁ ପ୍ରାର୍ଥୀ କରିଥିଲା ଦଳ । ରୀତା ତରେଇ ବିଜୟୀ ହୋଇଥିଲେ ।
ଦଳ ଛାଡିବାପରେ ତାଙ୍କ ପରବର୍ତ୍ତୀ ରାଜନୈତିକ ପଦକ୍ଷେପ କଣ ହେବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରେ ମୋହନ ଜେନା କହିଛନ୍ତି ଯେ, ସେ ନିଜ ସମର୍ଥକମାନଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବେ ।